ଜୁନ୍ ୧୫ରୁ ପୁଣି ସ୍କୁଲଗୁଡ଼ିକରେ ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ

ଭୁବନେଶ୍ୱର: ଜୁନ୍ ୧୫ରୁ ସ୍କୁଲ୍‌ଗୁଡ଼ିକରେ ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପୁସ୍ତକ ବ୍ଳକ୍‌ସ୍ତରରେ ପହଞ୍ଚି ସାରିଛି । କରୋନା କଟକଣା ହଟିବା ସହ ସ୍ଥିତି ସ୍ୱାଭାବିକ ହେବା ପରେ ଖୁବଶୀଘ୍ର ଛାତ୍ରଛାତ୍ରୀଙ୍କୁ ବହି ଯୋଗାଇ ଦିଆଯିବ । ନୂତନ ଶିକ୍ଷା ବର୍ଷକୁ ଯିବା ପୂର୍ବରୁ ଛାତ୍ରଛାତ୍ରୀ ଘରେ ରହି ପାଠ ପଢ଼ିବାକୁ ପରାମର୍ଶ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଅପରପକ୍ଷରେ କରୋନା କଟକଣା ଯୋଗୁଁ ପରୀକ୍ଷା ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଗୋଟିଏ ବିଷୟରେ ପରୀକ୍ଷା ହୋଇପାରନଥିଲା । ସେହି ବିଷୟରେ ପରୀକ୍ଷା କରାଯିବା ନେଇ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave a Reply