ପେସେଣ୍ଟ ନମ୍ବର-31 ହୁଅନ୍ତୁନି, କରୋନା ସଂକ୍ରମଣର ଆଶଙ୍କା ଥିବା ଲୋକେ

1 min read

ଭୁବନେଶ୍ୱର: ଓଡ଼ିଶାରେ ତୃତୀୟ କରୋନା ସଂକ୍ରମିତ । ସାଧାରଣରେ ଅଶଙ୍କା, ପ୍ରଶାସନ ସମ୍ବେଦନଶୀଳ । ଜଣେ କରୋନା ସଂକ୍ରମିତ ସାଧାରଣ ଭାବେ ୨.୨୪ରୁ ୩.୫୮ ଜଣ ବା ୨ରୁ ୪ ଜଣଙ୍କୁ ସଂକ୍ରମିତ କରିଥାଏ । କିନ୍ତୁ ବିଶ୍ୱରେ ଦ୍ରୁତ ସଂକ୍ରମଣର ମଧ୍ୟ ଉଦାହାରଣ ରହିଛି । ଦକ୍ଷିଣ କୋରିଆର ଜଣେ କରୋନା ସଂକ୍ରମିତ ମହିଳା ୧୧୬୦ଜଣଙ୍କୁ ସଂକ୍ରମିତ କରିଥିଲେ । ସେହି ମହିଳା ଜଣକ ପରବର୍ତ୍ତୀ ସମୟରେ ପେସେଣ୍ଟ ନମ୍ବର-31 ନାମରେ ପରିଚୟ ପାଇଥିଲେ । ତେଣୁ ଓଡ଼ିଶାବାସୀ ସେଭଳି ପେସେଣ୍ଟ-31 ହୁଅନ୍ତୁନି ।

କରୋନା ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ୍ ବାଗଚୀ କହିଛନ୍ତି, କରୋନା ମୁକାବିଲା ଏକ ଯୁଦ୍ଧ । ଯୁଦ୍ଧରେ ସୀମା ଜଗିଥିବା ସିପାହୀ ଯେପରି ନିର୍ଦ୍ଦେଶ ନପାଇଲା ପର୍ଯ୍ୟନ୍ତ କର୍ତ୍ତବ୍ୟରୁ ହଟିନଥାନ୍ତି, ସେହିଭଳି ନିର୍ଦ୍ଦେଶ ନପାଇଲା ପର୍ଯ୍ୟନ୍ତ ଘରର ସୀମା ଲଂଘନ କରନ୍ତୁ ନାହିଁ । ରାଜ୍ୟ ସରକାରଙ୍କ କରୋନା ମୁଖପାତ୍ର ଆଜି ଏଭଳି ଭାବାବେଗପୂର୍ଣ୍ଣ ଅପିଲ କରିଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୧ ହଜାର ୨୫୩ରୁ ୨୪ ହଜାର ୧୨୬କୁ ବୃଦ୍ଧି ପାଇଛି । ଭାରତରେ ମଧ୍ୟ ସେହିଭଳି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଅସୁସ୍ଥତା ଅନୁଭବ କରୁଥିବା ବ୍ୟକ୍ତି ତୁରନ୍ତ ୧୦୪କୁ ଫୋନ୍‌ କରନ୍ତୁ । ମୁଖ୍ୟମନ୍ତ୍ରୀ ଦୈନିକ ୧୨ ଥର କରୋନା ମୁକାବିଲା ନେଇ ସମୀକ୍ଷା କରୁଛନ୍ତି । ତାଙ୍କୁ ସହଯୋଗ କରିବାକୁ ରହିଛି ଏକ ଆପେକ୍ସ କମିଟି । ଏଥିସହିତ ରାଜ୍ୟ କ୍ୟାବିନେଟ, ମନ୍ତ୍ରୀସ୍ତରୀୟ ସବ୍‌ କମିଟି, ୧୯ ଜଣ ସଚିବଙ୍କୁ ନେଇ ରହିଥିବା ସଚିବ ସ୍ତରୀୟ କମିଟି ରହିଛି । ଏଥିସହିତ ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି କମିଟି, ରେଗୁଲେସନ କମିଟି, ସଲାମ୍‌ କମିଟି, ଗୃହ କମିଟି ଏବଂ ସ୍ୱତନ୍ତ୍ର ରିଲିଫ କମିଶନର ମଧ୍ୟ ଭିନ୍ନ ଭିନ୍ନ ଦାୟିତ୍ୱରେ ଅଛନ୍ତି ।

ବ୍ୟାଙ୍କ ଉପରେ ନିର୍ଭର କରେ ଆପଣ ତିନି ମାସ ପାଇଁ EMI ଦେବେ କି ନାହିଁ ,କାହିଁକି ଜାଣନ୍ତୁ

ପ୍ରଥମ ୨ ଜଣ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ୫୫ ଜଣ ବ୍ୟକ୍ତି ଆସିଥିବା ବେଳେ ତୃତୀୟ ପଜିଟିଭଙ୍କ ସଂସ୍ପର୍ଶରେ କେତେ ଜଣ ଆସିଛନ୍ତି ତାର ହିସାବ ନାହିଁ । ରାଜ୍ୟ ବାହାରୁ ଆସୁଥିବା ବ୍ୟକ୍ତିଙ୍କ ଟ୍ରାକିଂ ପାଇଁ ରାଜ୍ୟ ସ୍ତରରେ ୧୦ଟି ଏବଂ ଜିଲ୍ଲା ସ୍ତରରେ ୧୦୦ଟି ମନଟରିଂ ଟିମ୍‌ କାର୍ଯ୍ୟ କରୁଛି । ଏବେ ସୁଦ୍ଧା ୩୭ ଜଣ ସନ୍ଦିଗ୍ଧ ଆଇସୋଲେସନରେ ଅଛନ୍ତି ।

Leave a Reply