ଗାଁ ପାଖରେ କାମ ପାଇବେ ଘର ଫେରନ୍ତା ଶ୍ରମିକ, ବଢ଼ିଲା ମଜୁରୀ

1 min read

ନୂଆଦିଲ୍ଲୀ: କରୋନା ସଂକଟ ଓ ଲକଡାଉନ୍ ଭିତରେ ପୁଣି ଟ୍ରାକକୁ ଫେରିବ ଅର୍ଥନୀତି । ଦେଶକୁ ବଳ ଦେବେ ପ୍ରଧାନମନ୍ତ୍ରୀ ମୋଦି ୨୦ ଲକ୍ଷ କୋଟିର ଆତ୍ମନିର୍ଭର ଭାରତ ପ୍ୟାକେଜ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ୟାକେଜ୍ ଅନୁସାରେ ପ୍ରବାସୀ ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ।  ପ୍ରବାସୀ ଶ୍ରମିକମାନଙ୍କୁ ମନରେଗାରେ କାମ ମିଳିବ ।

ଅଧିକ ସଂଖ୍ୟାରେ ଶ୍ରମିକ ଏବେ ରାଜ୍ୟକୁ ଫେରୁଛନ୍ତି । ସେମାନଙ୍କୁ ରାଜ୍ୟ ସରକାର ସହାୟତା ଯୋଗାଇ ଦେବେ । ପ୍ରବାସୀ ଦିନ ମଜୁରିଆଙ୍କୁ ମନରେଗା ଯୋଜନାରେ କାମ ଦିଆଯିବ । ଏଥିପାଇଁ ପଞ୍ଜିକରଣକୁ ୫୦ ପ୍ରତିଶତ ଯାଏଁ ବଢ଼ାଯାଇଛି । ମେ ୧୩ ସୁଦ୍ଧା ୧୪.୬୨ କୋଟି ଲୋକଙ୍କୁ କାମ ମିଳିଛି । ଏଥିରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

MSME ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ଘୋଷଣା

ଗତବର୍ଷ ତୁଳନାରେ ଚଳିତଥର ୪୦ରୁ ୫୦ ପ୍ରତିଶତ ଅଧିକ ଲୋକ ମନରେଗାରେ କାମ କରିବା ପାଇଁ ପଞ୍ଜିକରଣ କରିଛନ୍ତି । ମନେରଗାର ଦୈନିକ ମଜୁରୀକୁ ୧୮୨ ଟଙ୍କାରୁ ବୃଦ୍ଧି କରି ୨୦୨ ଟଙ୍କା କରାଯାଇଛି । ପ୍ରବାସୀ ଶ୍ରମିକଙ୍କୁ ମନରେଗାରେ କାମ ଦେବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ମୌସୁମୀ ଆସୁଥିବାରୁ ବୃକ୍ଷରୋପଣ ଓ ହର୍ଟିକଲଟର ସହ ଅନ୍ୟ କ୍ଷେତ୍ରରେ କାମ ଦିଆଯାଇ ପାରିବ ।

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ: ‘ରାଜ୍ୟରେ ଘୋଷଣା କରିସାରିଛନ୍ତି ମୁଖ୍ୟମନ୍ତ୍ରୀ’

 

Leave a Reply