ସୁପ୍ରିମକୋର୍ଟଙ୍କ ୭ ଜଣିଆ ଖଣ୍ଡପୀଠକୁ ଗଲା ସାବରିମାଳା ମାମଲା

1 min read

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଆଜି ଗୁରୁତ୍ୱପୂର୍ଣ୍ଣ ସାବରିମାଳା ମନ୍ଦିରକୁ ୧୦ରୁ ୫୦ ବର୍ଷର ମହିଳାଙ୍କ ପ୍ରବେଶ ମାମଲା ଉପରେ ଶୁଣାଣି ହୋଇଛି । ପୂର୍ବରୁ ମନ୍ଦିରକୁ ମହିଳା ପ୍ରବେଶ କରିବା ନେଇ ସୁପ୍ରିମକୋର୍ଟ ଐତିହାସିକ ରାୟ ଦେଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ୬୦ରୁ ଅଧିକ ରିଭ୍ୟୁ ପିଟିସନ୍ ସୁପ୍ରିମକୋର୍ଟରେ ଦାୟର ହୋଇଥିଲା । ମାମଲାର ପୁର୍ନବିଚାର କରିବାକୁ ଦାବି ହୋଇଥିଲା ।

ମୁଖ୍ୟ ବିଚାରପତି ଜଷ୍ଟିସ୍ ରଂଜନ ଗୋଗୋଇଙ୍କୁ ନେଇ ଗଠିତ ୫ ଜଣିଆ ଖଣ୍ଡପୀଠ ଆଜି ଏହି ମାମଲାକୁ କୋର୍ଟଙ୍କ ବୃହତ୍ତର ବେଞ୍ଚକୁ ପଠାଇଛନ୍ତି । କେରଳର ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଏକ ବଡ଼ ବିତର୍କିତ ବିଷୟ, ସେ ଦୃଷ୍ଟିରୁ ସୁପ୍ରିମକୋର୍ଟଙ୍କ ୭ ଜଣିଆ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଇବେ ।

୨୦୧୮ ସେପ୍ଟେମ୍ୱରରେ କୋର୍ଟଙ୍କ ରାୟ ପରେ ବହୁ ରିଭ୍ୟୁ ପିଟିସନ୍ ଦାଖଲ ହୋଇଥିଲା । ଏହାର ଶୁଣାଣିକରି ଫେବୃଆରୀ ୬ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ । ଏବେ କେବଳ ବୃହତ୍ତର ବେଞ୍ଚଙ୍କୁ ମାମଲା ଯାଇଛି, ମାତ୍ର ସୁପ୍ରିମକୋର୍ଟଙ୍କ ପୂର୍ବ ରାୟରେ କୌଣସି ପରିବର୍ତ୍ତନ କରିନାହାନ୍ତି ।

')}

Leave a Reply