ଭାରତ ଏବଂ ଚୀନ୍ ମଧ୍ୟରେ ଯୁଦ୍ଧ ଆଶଙ୍କାରେ କାଶ୍ମୀରରେ ଦୁଇମାସ ପାଇଁ ଏଲପିଜି ଷ୍ଟକ୍ କରିବାକୁ ନିର୍ଦ୍ଦେଶ

ଶ୍ରୀନଗର: ଲଦାଖରେ ଦେଶ ଦେଶ ମଧ୍ୟ ହିଂସା ପରେ ଏବେ ଦିନକୁ ଦିନ ଉତ୍ତେଜନା ବଢ଼ିବାରେ ଲାଗିଛି । ଏହି ଭିତରେ ଜାମ୍ମୁ କାଶ୍ମୀର ସରକାରଙ୍କର ଏକ ନିର୍ଦ୍ଦେଶ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ାଇ ଦେଇଛି । ଏଭଳି ନିର୍ଦ୍ଦେଶ କେବଳ ଅଧିକ ଶୀତ କିମ୍ବା ବର୍ଷା ସମୟରେ ଦିଆଯାଇଥାଏ । କିନ୍ତୁ ପ୍ରଚଣ୍ଡ ଖରା ସମୟରେ ଏଭଳି ନିର୍ଦ୍ଦେଶ ଲୋକଙ୍କ ମନରେ ଯୁଦ୍ଧର ଭୟ ଆଣି ଦେଇଛି ।

ବାସ୍ତବରେ ଜାମ୍ମୁ କାଶ୍ମୀରରେ ସରକାର ଦୁଇମାସ ପାଇଁ ଏଲପିଜି ସିଲିଣ୍ଡର ଷ୍ଟକ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ସୁରକ୍ଷା ବାହିନୀଙ୍କ ପାଇଁ ବିଦ୍ୟାଳୟକୁ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କାରଣ ଏଲଏସିରେ ଆଗକୁ ଅଧିକ ସେନା ନିୟୋଜିତକୁ ଲକ୍ଷ କରି ଏଭଳି ପଦକ୍ଷେପ ନିଆଯାଇଛି ।

ସୂଚନା ଅନୁଯାୟୀ, ଲଦାଖରେ ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ମଧ୍ୟରେ ଜାମ୍ମୁ କାଶ୍ମୀର ସରକାର ବର୍ତ୍ତମାନ ଦୁଇଟି ପୃଥକ ନିର୍ଦ୍ଦେଶ ଜାରି କରିଛନ୍ତି । ଯେଉଁ କାରଣରୁ ସେଠାକାର ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ ଲାଗିଛି । ଏହି ନିର୍ଦ୍ଦେଶ ମଧ୍ୟରୁ ଗୋଟିଏରେ କାଶ୍ମୀରର ଲୋକଙ୍କୁ ଅତି କମରେ ଦୁଇମାସ ପାଇଁ ଏଲପିଜି ସିଲିଣ୍ଡର ଷ୍ଟକ୍ କରିବାକୁ କୁହାଯାଇଛି।

ଏହା ବ୍ୟତୀତ ଜାମ୍ମୁ କାଶ୍ମୀର ସରକାର ମଧ୍ୟ ଦ୍ୱିତୀୟ ଆଦେଶ ଜାରି କରିଛନ୍ତି । ଦ୍ୱିତୀୟ କ୍ରମରେ, ଗାନ୍ଦରବଲରେ ସୁରକ୍ଷା ବାହିନୀଙ୍କ ପାଇଁ ବିଦ୍ୟାଳୟ ଭବନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କାଶ୍ମୀରର ଗାନ୍ଦରବଲ ଜିଲ୍ଲା ଲଦାଖର କାର୍ଗିଲ ନିକଟରେ ଅବସ୍ଥିତ । ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଏକ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି ।

ଉତ୍ପାତ ହେଉଛି ଚୀନ୍, ଜବାବ ଦେବାକୁ ସୀମାରେ ଶକ୍ତିଶାଳୀ ଆକାଶ ମୁତୟନ କଲା ଭାରତ…

Leave a Reply