ଅସ୍ଥିର ହେଉଛି ଅନ୍ତର୍ଜାତୀୟ ସୁନା ବଜାର, ଭାରତରେ ୪୦ ହଜାର ଟପିଲା ଦର

ନୂଆଦିଲ୍ଲୀ : ବଢିଲା ସୁନା ଦର । ନୂଆବର୍ଷ ପରେ ଆଶା ଥିଲା ଦର କମିବ ଏବଂ ଗ୍ରାହକମାନେ କିଛିଟା ଆଗ୍ରହ ପ୍ରକାଶ କରିଥିଲେ କିଣିବାକୁ । କିନ୍ତୁ ବିଶ୍ୱ ବଜାରରେ ଅସ୍ଥିରତା ଏବଂ ସୁନାକୁ ନେଇ କିଛି ନିର୍ଦ୍ଦିଷ୍ଟ ଦେଶର ଦାଦାଗିରି ଏବେ ପୁରା ବଜାରକୁ ପ୍ରଭାବିତ କରିଛି । ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା କାରଣରୁ ଭାରତରେ ମଧ୍ୟ ଏହାର ପ୍ରଭାବ ଜାନୁଆରୀ ପ୍ରଥମ ସପ୍ତାହରୁ ଦେଖିବାକୁ ମିଳିଲାଣି । ସୁନା ଦର ନୂଆ ବର୍ଷ ପୂର୍ବରୁ ୧୦ ଗ୍ରାମକୁ ୩୯ ହଜାର ଟଙ୍କା ଥିବା ବେଳେ ଏବେ ଏହା ୪୦ ହଜାର ଟପିଛି । 

ବର୍ତ୍ତମାନ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ଦେଖାଦେବା ପରେ ଆଗକୁ ଯୁଦ୍ଧ ହେବାର ଆଶଙ୍କା ସୃଷ୍ଟି ହୋଇଛି । ନିବେଶକମାନେ ବିପୁଳ ମାତ୍ରାରେ ସୁନା କିଣିବା ଆରମ୍ଭ କରିଦେଇଛନ୍ତି । ସୁନା ଗଚ୍ଛିତ ରଖିବା କାରଣରୁ ଦରରେ ବୃଦ୍ଧି ପରିଲକ୍ଷିତ ହୋଇଛି ।

Image result for goldଆକାଶ ମାର୍ଗରୁ ଆମେରିକାର ଏୟାର ଷ୍ଟ୍ରାଇକ୍ ପରେ ଇରାନର ମୁଖ୍ୟ କମାଣ୍ଡର ନିହତ ହେବା ଘଟଣା ପ୍ରଚାରିତ ହେବା ପରେ ସୁନା ବଜାରରେ ଅସ୍ଥିରତା ପରିଲକ୍ଷିତ ହୋଇଛି । ସୁନାର ଆଉନ୍ସ ପିଛା ଦର ହଠାତ୍ ୧୮.୨୦ ଡଲାର ବୃଦ୍ଧି ପାଇ ୧,୫୪୭ ଡଲାର ହୋଇଯାଇଛି । ତେବେ ଟଙ୍କାରେ ହିସାବ କରିବାକୁ ଗଲେ ନୂଆଦିଲ୍ଲୀରେ ୧୦ ଗ୍ରାମ ପିଛା ସୁନା ୭୫୨ଟଙ୍କା ବୃଦ୍ଧି ପାଇ ଏବେ ୪୦, ୬୫୨ ଟଙ୍କା ହୋଇଯାଇଛି ।

Image result for gold

ଏହାସହ ରୁପା ଦର ମଧ୍ୟ କିଲୋପିଛା ୯୬୦ଟଙ୍କା ବୃଦ୍ଧି ପାଇ ୪୮,୮୭୦ ଟଙ୍କା ହୋଇଛି । ଭାରତରେ ୭୦୦ରୁ ଅଧିକ ଟଙ୍କା ଗ୍ରାମ୍ ପ୍ରତି ସୁନା ବଢିବା ପରେ ଗ୍ରାହକ ଚିନ୍ତାରେ ଅଛନ୍ତି । ତେବେ ଆଗକୁ ଦର ଅଧିକ ବଢ଼ିବା ନେଇ ମାର୍କେଟ୍ ବିଶେଷଜ୍ଞ ମତ ରଖୁଛନ୍ତି । ଏବେ ଗଢ଼ା ମଜୁରୀରେ କିଛି ଦୋକାନୀ ରିହାତି ଦେଉଥିବା ବେଳେ ଆଗକୁ ଦର ବଢିଲେ ଏଥିରେ ମଧ୍ୟ ରିହାତି କମ୍ ହୋଇପାରେ ବୋଲି ଚର୍ଚ୍ଚା ହେଲାଣି ।

Leave a Reply