କେଉଁଠୁ ଓ କାହିଁକି ଆରମ୍ଭ ହେଲା ଶାମ୍ବଦଶମୀ ?

ଭୁବନେଶ୍ୱର: ଆଜି ପବିତ୍ର ଶାମ୍ବଦଶମୀ । ଘରେ ଘରେ ସୂର୍ଯ୍ୟ ପୂଜା ସହ ଜମିବ ପିଠା ପଣାର ଆସର । ଏପଟେ ଚନ୍ଦ୍ରଭାଗାରେ ସୂର୍ଯ୍ୟୋଦୟ ଦର୍ଶନ କରିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ ।

ଏଥିସହ ସ୍ୱତନ୍ତ୍ର ନୀତି ପରେ ସୂର୍ଯ୍ୟ ରଥଯାତ୍ରା ଅନୁଷ୍ଠିତ ହେବ । ସକାଳୁ ହୋମ ସ୍ୱତନ୍ତ୍ର ନୀତି ପରେ ରଥରେ କଳସ ସ୍ଥାପନ ସହ ସୂର୍ଯ୍ୟ ବିଗ୍ରହଙ୍କୁ ରଥାରୁଢ଼ କରାଯିବ । ରଥ ଉପରେ କାକରା, ୧୦୮ ବରା ଓ ପୋଡ଼ ପିଠା ଲାଗି ହେବ ।

ଏହାପରେ ଶତାଧିକ ଶ୍ରଦ୍ଧାଳୁ ଆନନ୍ଦ ଉଲ୍ଲାସର ସହ ରଥ ଟାଣିବେ । ଏହି ରଥ ୨୭ ଦିନ ପର୍ଯ୍ୟନ୍ତ ଚନ୍ଦ୍ରଭାଗାରେ ରହିବ ।

ମାଘ ସପ୍ତମୀରେ ବାହୁଡା ଅନୁଷ୍ଠିତ ହେବ । ପୌରାଣିକ ମତ ଅନୁସାରେ ଦ୍ଵାପର ଯୁଗରେ କୃଷ୍ଣଙ୍କ ପୁଅ ଶାମ୍ବ କୁଷ୍ଠ ରୋଗରୁ ମୁକ୍ତ ହେବା ପାଇଁ ସୂର୍ଯ୍ୟଙ୍କ ଉପାସନା କରିଥିଲେ । ପରେ ସେ ବ୍ୟାଧି ମୁକ୍ତ ହୋଇଥିଲେ । ଶାକଲ୍ୟ ଦ୍ୱୀପରୁ ବ୍ରାହ୍ମଣଙ୍କୁ ଆଣି ବିଗ୍ରହ ପୂଜା କରି ସୂର୍ଯ୍ୟ ରଥ ଯାତ୍ରା ଆରମ୍ଭ କରିଥିଲେ ।

Leave a Reply