ମିଲର ଭୁଲ୍ କଲେ ଜିଲ୍ଲାପାଳଙ୍କ ଜରିଆରେ ହେବ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ଭୁବନେଶ୍ୱର: ଖରିଫ ଧାନ ସଂଗ୍ରହ ନେଇ ଗୃହରେ ବିବୃତି ରଖିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜ୍ୟରେ ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇଛି । ୨୪ ତାରିଖ ସୁଦ୍ଧା ୮ଟି ଜିଲ୍ଲାରୁ ୧, ୭୫, ୫୫୮ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଛି । ବରଗଡ଼, ସମ୍ବଲପୁର, କଳାହାଣ୍ଡି, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗିର, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ଧାନ ସଂଗ୍ରହ ହେଉଛି । ଅମଳ ସମୟ ଅନୁସାରେ ଅନ୍ୟ ଜିଲ୍ଲାମାନଙ୍କରେ ଧାନ ସଂଗ୍ରହ ଆରମ୍ଭ ହେବ ।ଧାନ ସଂଗ୍ରହ ପାଇଁ ଅନଲାଇନ ଟୋକନ ବ୍ୟବସ୍ଥା କରାଯାଇଛି । ଧାନ ସଂଗ୍ରହ ଯଥେଷ୍ଟ ପୂର୍ବରୁ ଚାଷୀଙ୍କୁ ପଞ୍ଜିକୃତ ମୋବାଇଲ ନମ୍ବରରେ ସୂଚନା ଦିଆଯାଉଛି । ଏଥିରେ କୌଣସି ବ୍ୟକ୍ତିଙ୍କ ହସ୍ତକ୍ଷେପ କି ପାତରଅନ୍ତର ନାହିଁ । ଟୋକନର ସମସ୍ତ ତଥ୍ୟ ସୋସାଇଟି ସେକ୍ରେଟାରୀ ପ୍ରଦାନ କରୁଛନ୍ତି । ସ୍ଥିରୀକୃତ ଦିବସରେ ପଞ୍ଜିକୃତ ଚାଷୀ ଧାନ ବିକ୍ରି କରିନପାରିଲେ, ସମ୍ପୃକ୍ତ ଚାଷୀଙ୍କୁ ପୁଣି ଧାନ ବିକ୍ରି ପାଇଁ ସୁଯୋଗ ମିଳିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ମଣ୍ଡିରେ ଧାନ ସଂଗ୍ରହ ପରେ ଚାଷୀଙ୍କୁ ବସ୍ତା ଫେରାଇବାର ନିୟମ ରହିଛି । ଯେଉଁଠି ଫେରାଯାଉ ନାହିଁ ତା ପ୍ରତିବଦଳରେ ଚାଷୀଙ୍କୁ ଟଙ୍କା ଦିଆଯିବ । ଯେଉଁଠି ମିଲର ଏହା ଉଲ୍ଲଂଘନ କରୁଛନ୍ତି, ଜିଲ୍ଲାପାଳ, ସି.ଏସ୍.ଓ ବା ବିଭାଗର ଦୃଷ୍ଟିକୁ ଆଣିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Leave a Reply