ଦିଲ୍ଲୀରେ ପ୍ରଦୂଷଣ ପାଇଁ ଏବେଠୁ ହନ୍ତସନ୍ତ ହେଲେଣି ଲୋକ, ଜାଣନ୍ତୁ ବାକି ୮ ସହରରେ କେତେ ରହିଛି AQI ସ୍ତର

1 min read

ଦିଲ୍ଲୀ- ଏନସିଆରର ପ୍ରଦୂଷଣକୁ ନେଇ ରାଜନୈତିକ ଯୁଦ୍ଧ ମଧ୍ୟରେ ଦେଶର ରାଜଧାନୀର ଜଳବାୟୁ ଅତ୍ୟନ୍ତ ଖରାପ ସ୍ଥିତିରେ ପହଞ୍ଚିଛି । ପଞ୍ଜାବରେ ନଡ଼ା ପୋଡି ଦିଲ୍ଲୀ-ଏନସିଆର ଉପରେ ପ୍ରଭାବ ପକାଉଛି । ଏହି କାରଣରୁ, ବୁଧବାର ସନ୍ଧ୍ୟାରେ ଦିଲ୍ଲୀ-ଏନସିଆରର ଅନେକ ଅଞ୍ଚଳରେ ପ୍ରାୟ AQI ୩୦୦ ରେକର୍ଡ କରାଯାଇଥିଲା, ଯାହା ଅତ୍ୟନ୍ତ ଖରାପ ଅବସ୍ଥାରେ ରହିଛି ।

ନାସା ତରଫରୁ ଜାରି କରାଯାଇଥିବା ଚିତ୍ରରେ ପଞ୍ଜାବର ଅନେକ ସହରରେ ନଡ଼ା ପୋଡ଼ାଯାଉଥିବା ଚିତ୍ର କଏଦ ହୋଇଛି । ଏହି ଚିତ୍ରରେ ଅମୃତସର, ପଟିଆଲା, ଚରଣ-ତାରଣ ଏବଂ ଫିରୋଜପୁର ସହିତ ହରିଆଣାର ଅମ୍ବାଲା ଏବଂ ରାଜପୁରାରେ ମଧ୍ୟ ଅଧିକ ସଂଖ୍ୟାରେ କୃଷକ ନଡ଼ା ଜଳାଉଛନ୍ତି । କାଲି କେନ୍ଦ୍ରୀୟ ପରିବେଶ ମନ୍ତ୍ରୀ ପ୍ରକାଶ ଡାଭଡ଼େକର ପଞ୍ଜାବକୁ ନଡ଼ା ନଜଳାଇବା ପାଇଁ ଆବେଦନ କରିଥିଲେ ।

ପୃଥିବୀ ବିଜ୍ଞାନ ମନ୍ତ୍ରାଳୟର ବାୟୁ ଗୁଣବତ୍ତା ମନିଟର SAFAR ର କହିବା ଅନୁଯାୟୀ ନଡ଼ାର ଧୂଆଁକୁ ଉଡ଼ାଇବା ପାଇଁ ପବନର ଦିଗ ଉପକୂଳ ରହିଛି ତେଣୁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ତର ବୃଦ୍ଧି ହେବା ଆଶଙ୍କା କରାଯାଉଛି ।  ଦିଲ୍ଲୀରେ ପୂର୍ବ ୨୪ ଘଣ୍ଟାରେ ବାୟୁ ଗୁଣବତ୍ତା ସୁଚକାଙ୍କ ୩୧୨ ଥିବା ଜଣାପଡ଼ିଛି । ଏହାପୂର୍ବରୁ ଫେବୃଆରୀରେ AQI ୩୨୦ ରେକର୍ଡ କରାଯାଇଥିଲା ।

ସହର ପବନର ଗୁଣବତ୍ତା ସ୍ତର (AQI)
ଦିଲ୍ଲୀ ୩୭୦
ମୁମ୍ବାଇ ୩୦୦
ଅହମଦାବାଦ ୧୮୩
ବାଙ୍ଗାଲୁରୁ ୭୧
ପୁଣେ ୫୦
ଚେନ୍ନାଇ ୨୫
ହାଇଦ୍ରାବାଦ ୬୧
କୋଲକାତା ୭୦

ଦିଲ୍ଲୀରେ ପୂର୍ବ ୨୪ ଘଣ୍ଟାରେ AQI ୨୭୬ ରହିଥିଲା ଯାହା ଏକ ଚିନ୍ତା ଜନକ ସଂଖ୍ୟା ଅଟେ । ଏହାପୂର୍ବରୁ ମଙ୍ଗଳବାର ୨୦୦, ସୋମବାର ୨୬୧, ରବିବାର ୨୧୬ ରେକର୍ଡ କରାଯାଇଥିଲା । ଦିଲ୍ଲୀ ସରକାର ନଡ଼ା ଜଳାଇବା ମୁଦ୍ଦାଉପରେ କେନ୍ଦ୍ର ସରକାରଙ୍କ ଉପରେ ଆକ୍ରାମକ ହୋଇ ଏହାକୁ ରୋକିବା ପାଇଁ ସମ୍ଭାବିତ ପ୍ରୟାସ କରିବା ପାଇଁ କହିଛି ।

Leave a Reply