ନକଲି ଜର୍ଦ୍ଦା କାରଖାନାରେ ଚଢାଉ, ଶହେ ପେଟି ନକଲି ଜର୍ଦ୍ଦା ଜବତ

ଭଦ୍ରକ: ଭଦ୍ରକରେ ପୁଣି ଏକ ନକଲି ଜର୍ଦ୍ଦା କାରଖାନା ଠାବ ହୋଇଛି । ବ୍ୟବସାୟୀ ଓ କର୍ମଚାରୀ ଫେରାର ହୋଇଯାଇଥିବା ବେଲେ ବିପୁଳ ପରିମାଣରେ ସାମଗ୍ରୀ ଜବତ ହୋଇଛି । ଘରମାଲିକ ଥାନାରେ ଅଟକ ରହିଛି । ଗତକାଲି ରାତିରେ ବନ୍ତ ଥାନା ପ୍ରଧାନପଡ଼ା ଗ୍ରାମରେ ଏକ ଭଡାଘରେ ଚାଲୁଥିବା ଗୋଟିଏ ନକଲି ଜର୍ଦ୍ଦା କାରଖାନା ଉପରେ ବନ୍ତ ପୋଲିସ ଚଢ଼ାଉ କରିଛି । ଚଢାଉ କରି ବିପୁଳ ପରିମାଣରେ ଜର୍ଦ୍ଦା ତିଆରି ସାମଗ୍ରୀ ଜବତ କରିଥିଲା ।

ନକଲି ଜର୍ଦ୍ଦା ମସଲା, ରାସାୟନିକ ସାମଗ୍ରୀ , ୨ ଗୋଟି ମେସିନ୍ , ୨ ବସ୍ତା ଖୋଲା ଜର୍ଦା ଡବା ଓ ପ୍ରାୟ ୧୦୦ ପେଟିରୁ ଉର୍ଦ୍ଧ ନକଲି ଜର୍ଦ୍ଦା ଜବତ ହୋଇଛି । ଘର ମାଲିକ ସେକ୍ ଅନୁୱାର ଅଲ୍ଲୀକୁ ଥାନାରେ ଅଟକ ରଖି ତଦନ୍ତ ଚାଲିଛି । ଭଦ୍ରକ ସହରର ବିଭିନ୍ନ ଅଞ୍ଚଳରେ ପୋଲିସ ବାରମ୍ବାର ଚଢାଉ ଜାରି ରଖିଥିବାବେଳେ ଚୋରା ବ୍ୟବସାୟୀ ମାନେ ବିଭିନ୍ନ ଗ୍ରାମାଞ୍ଚଳକୁ ସେମାନଙ୍କର ନୂଆ ଠିକଣା ବନାଇଛନ୍ତି ।

Leave a Reply