ଫାଶୀର ୨ ଘଣ୍ଟା ପରେ ମଧ୍ୟ ଜୀବିତ ଥିଲା ଦୁଷ୍କର୍ମ ଓ ହତ୍ୟା ମାମଲାର ଏହି ଦୋଷୀ

ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଫାଶୀ ଦେବା ପାଇଁ ତିହାର ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ଆସନ୍ତା ମାର୍ଚ୍ଚ ୨୦ ତାରିଖରେ ନିର୍ଭୟାର ଦୋଷୀମାନଙ୍କୁ ଫାଶୀ ଦିଆଯିବ । କିନ୍ତୁ ପାଖାପାଖି ୪୦ ବର୍ଷ ତଳେ ଏମିତି ଗୋଟିଏ ଘଟଣା ଘଟିଥିଲା ଯାହା ତିହାର ଜେଲ ପ୍ରଶାସନର ମୁଣ୍ଡ ଖରାପ କରିଦେଇଥିଲା । ସେତେବେଳ ତିହାର ଜେଲରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଶୀ ପାଇଥିବା ଦୁଇ ଜଣ ଦୋଷୀଙ୍କ ମଧ୍ୟରୁ ଜଣେ ଫାଶୀ ଖୁଣ୍ଟରେ ଝୁଲିବାର ୨ ଘଣ୍ଟା ପରେ ବି ଜୀବିତ ଥିଲା ।

ତେବେ ଆସନ୍ତୁ ଜାଣିବା ସେହି ଅଭିଯୁକ୍ତଙ୍କ ବିଷୟରେ ଯିଏ ଫାଶୀ ହେବା ପରେ ୨ ଘଣ୍ଟା ପର୍ଯ୍ୟନ୍ତ ଜୀବିତ ଥିଲା । ୧୯୭୮ ମସିହାରେ ଦିଲ୍ଲୀର ଭାଇ ଭଉଣୀଙ୍କର ଅପହରଣ ଓ ହତ୍ୟା ହୋଇଥିଲା। ରଙ୍ଗା ବିଲ୍ଲା ନାମକ ୨ଜଣ ଅପାରଧୀ ସେମାନଙ୍କ  ଅପହରଣ କରିଥିଲେ । ଏହି ଖବର ଜାଣିବା ପରେ ସେହି ସମୟର ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ ନିଜେ ଚିନ୍ତିତ ଥିଲେ ।

କାରଣ ଅପହୃତ ଥିଲେ ଜଣେ ନୌସେନା ଅଧିକାରୀଙ୍କ ସନ୍ତାନ ।  ରଙ୍ଗା ବିଲ୍ଲା ନୌସେନା ଅଧିକାରୀ ମଦନ ଚୋପଡାଙ୍କର ଦୁଇ ସନ୍ତାନଙ୍କର ଅପହରଣ କରିଥିଲେ । ଗୀତା ମାତ୍ର ୧୬ ବର୍ଷର ନାବାଳିକା ଥିଲେ ଓ ସଞ୍ଜୟ ୧୪ ବର୍ଷର ଥିଲେ ।

ମଦନ ମହୋନ ନୌସେନାର ଅଧିକାରୀ ଥିଲେ । ଯେତେବେଳେ ରଙ୍ଗା ଓ ବିଲ୍ଲା ମଦନଙ୍କ ବିଷୟରେ ଜାଣିଲେ ଯେ, ସେ ନୌସେନାର କର୍ମଚାରୀ ସେତେବେଳେ ସେ ଉଭୟ ଭାଇ ଭଉଣୀଙ୍କୁ ହତ୍ୟା କରିଥିଲେ । କେବଳ ସେତିକି ନୁହେଁ ୧୬ ବର୍ଷର ନାବାଳିକା ଗୀତାଙ୍କୁ ଉଭୟ ଦୁଷ୍କର୍ମ କରିଥିଲେ । ଏହା ପରେ ଉଭୟ ଭାଇ ଭଉଣୀଙ୍କୁ ହତ୍ୟା କରାଯାଇଥିଲା ।

ଏଥିପାଇଁ ଉଭୟ ଦୋଷୀଙ୍କୁ ଫାଶୀ ଦଣ୍ଡ ଦିଆଯାଇଥିଲା । ହେଲେ ଆଚମ୍ବିତର କଥା ଏହା ଯେ, ଫାଶୀ ହେବାର ୨ ଘଣ୍ଟା ପରେ ମଧ୍ୟ ଜଣେ ଅଭିଯୁକ୍ତୱ ଜୀବିତ ଥିଲା । ବିଶ୍ୱାସା ନହେଲେ ବି ଏହି ଘଟଣା ଟି ସତ । ତେବେ ମେଡିକାଲ ସାଇନ୍ସ ଅନୁସାରେ ଯେଉଁ ମଣିଷର ଓଜନ କମ ଥାଏ ସେମାନେ ନିଶ୍ୱାସ ରୋକିବାରେ ସକ୍ଷମ ଥାନ୍ତି ।

 

 

Leave a Reply