ଭାରତୀୟ ଆଇଟି କମ୍ପାନୀର କଳା କାରନାମା: ଅଶ୍ଲିଳ ଭିଡିଓ,ମେସେଜ୍ ଜରିଆର ନେତାଙ୍କୁ କରୁଥିଲା ବ୍ଲାକମେଲ୍ !

ୱାସିଂଟନ: ଏକ ଭାରତୀୟ ଆଇଟି କମ୍ପାନୀ  ବେଆଇନ ଭାବେ ଗୁଇନ୍ଦା କାର୍ଯ୍ୟକଳାପ କରୁଥିବା ଆମେରିକାର ସିଟିଜେନ ଲ୍ୟାବ ରିସର୍ଚ୍ଚ ସଂସ୍ଥା ପ୍ରକାଶ କରିଛି । ସଂସ୍ଥା ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ଯେ ୟୁରୋପଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ ବିଭିନ୍ନ ଦେଶର ବଡ ବଡ ଉଦ୍ୟୋଗପତି ଓ ନେତାଙ୍କର ତଥ୍ୟ ସଂଗ୍ରହ କରିବା ପାଇଁ ଏହି ଭାରତୀୟ ଆଇଟି କମ୍ପାନୀ ସକ୍ରିୟ ଭାବେ କାର୍ଯ୍ୟ କରୁଛି । ସବୁଠାରୁ ସମ୍ୱେଦନଶୀଳ କଥା ଏହା ଯେ ଅଶ୍ଲୀଳ ମେସଜ୍ ଫରଓ୍ୱାଡ କରି ଏଭଳି କରାଯାଉଛି । ତେବେ କମ୍ପାନୀର ତଥ୍ୟ ସବୁବେଳେ ଗୋପନୀୟ  ରହୁଥିବା ହେତୁ ଭାରତୀୟ ଆଇଟି କମ୍ପାନୀ ଉଚ୍ଚସ୍ତରୀୟ ପଦବୀରେ ଥିବା କର୍ମଚାରୀଙ୍କୁ ଟାର୍ଗେଟ କରୁଛି । ତେବେ ଅଦ୍ୟାବଧି ଆମେରିକାର ପ୍ରାଇଭେଟ୍ ଇକୁଇଟିର କେକେଆର୍ ଓ ମଡି ବାଁଟର୍ସ ଭଳି କମ୍ପାନୀର ଗୁଇନ୍ଦା ରିପୋର୍ଟ ସାର୍ବଜାନୀନ ହୋଇ ସାରିଲାଣି ବୋଲି ଆମେରିକାର ସିଟିଜେନ ଲ୍ୟାବ ରିସର୍ଚ୍ଚ ସଂସ୍ଥା ଆରୋପ ଆଣିଛି ।

ସମାଚାର ଏଜେନ୍ସି ରଏଟର ମୁତାବକ, ଏହି କମ୍ପାନୀର ନାମ ବେଲ୍ ଟ୍ରକ୍ସ ଓ ଏହା ପଶ୍ଚିମ ଦିଲ୍ଲୀର ଅବସ୍ଥିତ । ସୁମିତ ଗୁପ୍ତା ଏହାର ମାଲିକ । ସୁମିତ କେଉଁ ସଂସ୍ଥା କିମ୍ୱା ବ୍ୟକ୍ତି ପାଇଁ କାମ କରୁଛନ୍ତି ତାହା କହିବାକୁ ସିଧାସଳଖ ଭାବେ ମନା କରି ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ୨୦୧୫ରେ ସୁନିତ ଆମେରିକାରେ ହ୍ୟାକିଂ ଆରୋପରେ ଫସିଥିଲେ । ଏହାପରେ ୨୦୧୭ରେ ସେ ଆମେରିକା ଛାଡି ନିଜ ଘରକୁ ଫେରିଥିଲେ । ତେବେ ଏବେ ତାଙ୍କ ଉପରେ ଲାଗୁଥିବା ଆରୋପ ଉପରେ ସଫେଇ ଦେଇ ସେ କହିଛନ୍ତି ଯେ ସେ ଏଭଳି କରିନାହାନ୍ତି ଓ କୌଣସି ଏଜେନ୍ସି ସହ ସେ ସମ୍ପର୍କରେ ନାହାନ୍ତି । ତେବେ ଆମେରିକା ଏହି ଗୁଇନ୍ଦା କାର୍ଯ୍ୟକଳାପକୁ ଧରିବା ପାଇଁ ଦୁଇ ବର୍ଷ ହେବ କାମ କରୁଥିଲା । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ବେଲ୍ ଟ୍ରୋକ୍ସ କମ୍ପାନୀ ଆଫ୍ରିକାର ନ୍ୟାୟପାଳିକା ଅଧିକାରୀ, ମେକ୍ସିକୋର ନେତା, ଫ୍ରାନ୍ସର ଓକିଲ ଓ ଆମେରିକା ବହୁ ଉଦ୍ୟୋଗପତିଙ୍କର ବ୍ୟକ୍ତିଗତ ତଥ୍ୟ ଲିକ୍ କରୁଥିଲା ।

 

Leave a Reply