‘ପଠାନ’ ପାଇଁ ଏତିକି କୋଟି ଟଙ୍କା ଚାର୍ଜ କରୁଛନ୍ତି ଦୀପିକା, ଶୁଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ !

ନୂଆଦିଲ୍ଲୀ: ନିକଟରେ ଖବର ଆସିଥିଲା ଯେ, ସିଦ୍ଧାର୍ଥ ଆନନ୍ଦ ଦ୍ୱାରା ନିର୍ଦ୍ଦେଶିତ ହେବାକୁ ଥିବା ‘ପଠାନ’ ଚଳଚିତ୍ରରେ ଶାହରୁଖ ଖାନଙ୍କ ସହିତ ଜନ ଆବ୍ରାହାମ ଏବଂ ଦୀପିକା ପାଦୁକୋନ ନଜର ଆସିବେ । ଏହା ଏକ ଆକ୍ସନ ଡ୍ରାମା ଫିଲ୍ମ ହେବାକୁ ଯାଉଛି ଯାହାର ଶୁଟିଂ ନଭେମ୍ବର ମାସରୁ ଆରମ୍ଭ ହେବ । ଫିଲ୍ମରେ ଜନ ଆବ୍ରାହାମ ନେଗେଟିଭ ରୋଲରେ ନଜର ଆସିବେ ଏବଂ ଏଥିପାଇଁ ସେ ୨୦ କୋଟି ଟଙ୍କା ଫି ଚାର୍ଜ କରୁଛନ୍ତି । ଏବେ ଏହା ମଧ୍ୟ ଜଣା ପଡ଼ିଛି ଯେ ଫିଲ୍ମ ପାଇଁ ଦୀପିକା ପାଦୁକୋନ ମଧ୍ୟ ଫି ଚାର୍ଜ କରିବେ ।

ବଲିଉଡ ହଙ୍ଗାମା ରିପୋର୍ଟ ମୁତାବକ ଦୀପିକା ଏହି ଫିଲ୍ମ ପାଇଁ ପ୍ରାୟ ୧୫ କୋଟି ଟଙ୍କା ଚାର୍ଜ କରିବେ । ରିପୋର୍ଟ ମୁତାବକ ଦୀପିକା ପାଦୁକୋନ ଏବଂ ଆଲିଆ ଭଟ୍ଟ ବର୍ତ୍ତମାନ ସମୟରେ ସବୁଠୁ ହାଇଏଷ୍ଟ ପେଡ୍ ଆକ୍ଟ୍ରେସ ଅଟନ୍ତି । ଶାହରୁଖ ଏବଂ ୟଶରାଜ ଫିଲ୍ମସ ଦୀପିକାଙ୍କୁ ହିଁ ଏହି ଫିଲ୍ମର ଲିଡ ହିରୋଇନ ଭାବେ ସାଇନ କରିବାକୁ ଚାହୁଛନ୍ତି । ଆସନ୍ତା ବର୍ଷ ଦୀପିକା ଏହି ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି  ।

ସୂଚନା ରହିଛି ଯେ, ଶାହରୁଖ ଖାନଙ୍କ ଫି ଯଦି ହଟାଇ ଦିଆଯାଏ ତେବେ ‘ପଠାନ’ ର ବଜେଟ ପ୍ରାୟ ୨୦୦ କୋଟି ଟଙ୍କାର ଅଟେ । ଆଦିତ୍ୟ ଚୋପ୍ରା ଏହି ଫିଲ୍ମକୁ ଇଣ୍ଟରନ୍ୟାସନାଲ ସ୍ତରର କରିବାକୁ ଚାହୁଛନ୍ତି । କୁହାଯାଉଛି ଯେ, ୨୦୨୧ ମସିହା ଦିପାବଳୀରେ ଏହି ଫିଲ୍ମକୁ ରିଲିଜ କରାଯିବ । ଅବଶ୍ୟ କରୋନା ମହାମାରୀକୁ ଆଖିରେ ରଖିଲେ ଏହା ଉପରେ କୌଣସି ନିଶ୍ଚିତ ସୂଚନା ଦିଆଯାଇପାରୁନାହିଁ ।

Leave a Reply