ଦେଶରେ ବଢୁଛି କରୋନା ସୁସ୍ଥ ହାର, ୨୪ ଘଣ୍ଟା ମଧ୍ୟରେ ୧୧ ହଜାର ୨୬୪ ଆକ୍ରାନ୍ତ ସୁସ୍ଥ

1 min read

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସୁସ୍ଥ ହାର । ଗତ ୨୪ ଘଣ୍ଟା ମଧ୍ୟରେ ୧୧ ହଜାର ୨୬୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହାର ୪୭.୪୦ ପ୍ରତିଶତ ରହିଛି । ସକ୍ରିୟ ମାମଲା ୮୬ ହଜାର ୪୨୨ ରହିଛି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୩ ହଜାର ୭୬୩ ରହିଛି । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ସର୍ବାଧିକ କରୋନା ଆକ୍ରାନ୍ତ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୧୧୪ ଜଣ ପୋଲିସ କର୍ମଚାରୀଙ୍କର ପଜିଟିଭ ରିପୋର୍ଟ ଆସିଛି ।

ଦେଶରେ ଗୋଟିଏ ଦିନରେ ସର୍ବାଧିକ ୨୬୫ ଜଣକ ଜୀବନ ନେଇଛି ଭୂତାଣୁ । ଯାହାକି ଗୋଟିଏ ଦିନରେ ହେଉଛି ସର୍ବାଧିକ ସଂଖ୍ୟା । ଦେଶରେ ୪,୯୭୧ ଜଣକ ଜୀବନ ନେଇଛି ମହାମାରୀ କରୋନା ଭୂତାଣୁ । ସେହିଭଳି ଉତ୍ତର ପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ତେଲେଙ୍ଗାନାରେ ସ୍ଥିତି ସାଂଘାତିକ ରହିଛି ।

କରୋନାର ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଛନ୍ତି । ଏପଟେ ବନ୍ଦେ ଭାରତ ଯୋଜନାରେ ମସ୍କୋ ଯାଉଥିବା ଫ୍ଲାଇଟରେ ପାଇଲଟ କରୋନା ପଜିଟିଭ୍‌ । ତାଙ୍କ ରକ୍ତ ନମୂନା ରିପୋର୍ଟ ପଜିଟିଭ ଆସିବା ପରେ ଅଧାରାସ୍ତାରେ ବିମାନକୁ ଫେରାଇ ଅଣାଯାଇଛି । ଦିଲ୍ଲୀରୁ ଯାତ୍ରା କରିଥିବା ବିମାନ AI-1947 ରେ ପାଇଲଟ କରୋନା ପଜିଟିଭ୍‌ ଥିବା ଗ୍ରାଉଣ୍ଡ ଷ୍ଟାଫ୍‌ ଜାଣିବାକୁ ପାଇଥିଲେ । ତେଣୁ ବିମାନକୁ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

Leave a Reply