ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଗାନ୍ଧୀଙ୍କ ସମାଲୋଚନା: କହିଲେ, ତଥ୍ୟ ହଟାଇଲେ ସତ ବଦଳିବନି

1 min read

ଲଦାଖ: ବାସ୍ତବିକ ନିୟନ୍ତ୍ରଣ ରେଖାରେ ଘଟିଥିବା ଗତିବିଧିକୁ ନେଇ ମୋଦି ସରକାରଙ୍କୁ ସମାଲୋଚନା । ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସେ କହିଛନ୍ତି, ଭୁଲି ଯାଅନ୍ତୁ ଯେ, ଆମେ ଚୀନର ମୁକାବିଲା କରିବା, ପ୍ରଧାନମନ୍ତ୍ରୀଙ୍କ ସତ୍‌ସାହାତ ନାହିଁ ସେ ଚୀନର ନାଁ ବି ନେଇପାରିବେ ।

ରାହୁଲ ଗାନ୍ଧୀ ଏକ ଟ୍ୱିଟକୁ ସେୟାର କରିଛନ୍ତି । ଯେଉଁଥିରେ ଚୀନ ସୀମା ଅତିକ୍ରମ କରୁଥିବା କଥାକୁ ସ୍ୱୀକାର କରୁଥିବା କାଗଜପତ୍ରକୁ ପ୍ରତିରକ୍ଷା ମନ୍ତ୍ରାଳୟର ଓ୍ୱେବସାଇଟରୁ ହଟାଇଦିଆଯାଇଥିବା କୁହାଯାଇଛି । ସୂଚନା ଯୋଗ୍ୟ, ପ୍ରତିରକ୍ଷା ମନ୍ତ୍ରାଳୟ ଗୁରୁବାର ନିଜ ଓ୍ୱେବସାଇଟରେ ଏକ ଡକୁମେଣ୍ଟ ଅପଲୋଡ୍ କରିଥିଲେ । ଯେଉଁଥିରେ କୁହାଯାଇଥିଲା କି, ବହୁ ଅଞ୍ଚଳରେ ଚୀନ ସେନାର ଅନୁପ୍ରବେଶ ବଢ଼ିଛି । ଡକ୍ୟୁମେଣ୍ଟରେ ରକ୍ଷାମନ୍ତ୍ରାଳୟ ସ୍ୱୀକାର କରିଥିଲା ଯେ, ମଇ ମାସରେ ଚୀନ ଲଗାତାର ଏଲ୍ଏସିରେ ସୀମା ଅତିକ୍ରମ କରିଥିଲା । କିନ୍ତୁ ପରେ ରକ୍ଷାମନ୍ତ୍ରାଳୟ ଏହି ଡକ୍ୟୁମେଣ୍ଟକୁ ନିଜ ଓ୍ୱେବସାଇଟରୁ ହଟାଇଦେଇଛି ।

ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେଉଛି ରକ୍ଷା ମନ୍ତ୍ରାଳୟ

ଏହି ଘଟଣାକୁ ନେଇ କଂଗ୍ରେସ ନେତା ଅଜୟ ମାକନ୍ ସାମ୍ୱାଦିକ ସମ୍ମିଳନୀ କରିଥିଲେ । ସେ କହିଥିଲେ, ଚୀନ ସେନା ଆମ ସୀମା ଅତିକ୍ରମ କରିଛି । ଆମ ସେନା ଏଲ୍ଏସିରେ ଲଢ଼େଇ କରୁଛି । କିନ୍ତୁ ସରକାରଙ୍କ ବୟାନ ବିଭ୍ରାନ୍ତିକର । ଆଇଟିବିପି ପଛକୁ ହଟୁଛି, କିନ୍ତୁ ଚୀନ ସେନା ମଧ୍ୟ ପଛକୁ ହଟୁନି ।

ପ୍ରଧାନମନ୍ତ୍ରୀ କହୁଛନ୍ତି ଯେ, ଆମ ସୀମା ମଧ୍ୟକୁ କେହି ବି ପଶିନାହାନ୍ତି । କେହିଁ ବି ଆମ ଜମିକୁ ଅକ୍ତିଆର କରିନାହାନ୍ତି । କିନ୍ତୁ ରକ୍ଷା ମନ୍ତ୍ରାଳୟ ନିଜ ଓ୍ୱେବସାଇଟ୍‌ରେ ଜୁନ୍‌ରେ ହୋଇଥିବା ଗତିବିଧି ନେଇ ସୂଚନା ଦେଇଛି । ପରେ ତାକୁ ହଟାଇଦିଆଯାଇଛି । ପ୍ରତିରକ୍ଷା ମନ୍ତ୍ରାଳୟ କ’ଣ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେଉଛି କି?

ଶ୍ରୀ ମାକନ୍ ଆହୁରୀ କହିଛନ୍ତି ଯେ, ଆମେ ଚାହୁଁଛୁ ସରକାର ନିଜ ଯୋଜନା ସମ୍ପର୍କରେ ଅବଗତ କରାନ୍ତୁ ।  ଯଦି ଅନୁପ୍ରବେଶ ଜାରି ରହିବ  ତାକୁ ନେଇ ଆମର କ’ଣ ପ୍ରସ୍ତୁତି ରହିଛି । ସରକାର ଏ ନେଇ ଅବଗତ କରାନ୍ତୁ । ଏଥିସହିତ ପାର୍ଲାମେଣ୍ଟର ସ୍ୱତନ୍ତ୍ର ଅଧିବେଶନ ଡକାଇବାକୁ ଦାବି କରାଯାଇଛି ।

Leave a Reply