କିଏ କଲା ପ୍ରିୟଙ୍କା ଗାନ୍ଧୀଙ୍କ ଆକାଉଣ୍ଟ ହ୍ୟାକ୍ ? ଚୋରି ହୋଇଛି କି କଂଗ୍ରେସର ୟୁପି ଷ୍ଟ୍ରାଟେଜି ?

1 min read

ନୂଆଦିଲ୍ଲୀ: ହ୍ୱାଟ୍ସଆପ ହ୍ୟାକିଂକୁ ନେଇ କେନ୍ଦ୍ରର ମୋଦି ସରକାରଙ୍କୁ ପୁଣି ଘେରିଛି କଂଗ୍ରେସ । ଦଳ ମୁଖପାତ୍ର ରଣଦୀପ ସୁରେଜୱାଲା ଅଭିଯୋଗ କରିଛନ୍ତି ହ୍ୟାକ୍ ହୋଇଛି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ହ୍ୱାଟ୍ସଆପ୍ । ପ୍ରିୟଙ୍କାଙ୍କ ହ୍ୱାଟ୍ସଆପକୁ ସ୍ପାଏୱେୟର ଜଡ଼ିତ ଏକ ମେସେଜ ଆସିଥିଲା । ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଏହାର ଯାଞ୍ଚ ଦାବି କରିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛି ।କେବଳ ପ୍ରିୟଙ୍କା ନୁହେଁ ଏନସିପି ନେତା ପ୍ରଫୁଲ୍ଲ ପଟେଲ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫୋନ୍ ହ୍ୟାକ୍ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି । ବିରୋଧୀଙ୍କ ଉପରେ ନଜର ରଖିବାକୁ ଏମିତି କରିବା ଏକ ଅପରାଧ । ବିଜେପି ସରକାର ଓ ତାଙ୍କ ଏଜେନ୍ସି ଇସ୍ରାଏଲର ଏନଏସଓର ସଫ୍ଟୱେୟାର ବ୍ୟବହାର କରୁଛନ୍ତି । ଏହାଦ୍ୱାରା ରାଜନେତା, ଗଣମାଧ୍ୟମ ସମ୍ପାଦକ, ସାମାଜିକ କର୍ମୀ, ସାମ୍ବାଦିକ, ଶିକ୍ଷାବିତଙ୍କ ଫୋନ୍ ହ୍ୟାକିଂ କରାଯାଉଥିବା କଂଗ୍ରେସ ଅଭିଯୋଗ କରିଛି ।

PRAFULLA PATEL, MAMATA BANARJEEବିଜେପିକୁ ଭାରତୀୟ ଜାସୁସ ପାର୍ଟି କହିଛି କଂଗ୍ରେସ । ୨୦୧୯ ସାଧାରଣ ନିର୍ବାଚନରେ ପିଗେସେସ୍ ସ୍ପାଏୱେୟର ଦ୍ୱାରା ଫୋନ୍ ଟ୍ୟାପ କରାଯାଇଥିଲା । ସରକାରଙ୍କୁ ମେ ୨୦୧୯ରେ ଏହାର ସୂଚନା ଥିଲା ବୋଲି କଂଗ୍ରେସ କହିଛି ।

CONGRESS WHATSAPP

କଂଗ୍ରେସର ୫ ପ୍ରଶ୍ନ

୧) ୨୦୧୯ ସାଧାରଣ ନିର୍ବାଚନରେ ନାଗରିକ ଓ ରାଜନେତାଙ୍କ ଜାସୁସି କରୁଥିଲେ କି ସରକାର ?

୨) କଣ ସରକାରଙ୍କୁ ମେ ୨୦୧୯ରେ ବେଆଇନ୍ ସ୍ପାଏୱେୟାର ନେଇ ସୂଚନା ଥିଲା ?

୩) କ୍ଷମତାରେ ବସିଥିବା ଲୋକ ଏହି ଅପରାଧ ପାଇଁ ଦୋଷୀ ନୁହଁନ୍ତି କି ?

୪) ୨୦୧୯ ଏପ୍ରିଲରେ ସୂଚନା ପାଇବା ପରେ କାହିଁକି ଗୁପ୍ତ ରଖିଥିଲେ ?

୫) ଯେଉଁ ମନ୍ତ୍ରୀ ଅବା ଅଫିସର ଟେଲିଗ୍ରାଫ ଆକ୍ଟ ଓ ଆଇଟି ଆକ୍ଟର ବିଭିନ୍ନ ଧାରା ଉଲ୍ଲଂଘନ କରିଛନ୍ତି ସେମାନଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ ?

କଂଗ୍ରେସର ସମସ୍ତ ଅଭିଯୋଗକୁ ବିଜେପି ଖଣ୍ଡନ କରିଛି ।

https://nandighoshatv.comwhatsapp-filed-a-lawsuit-on-tuesday-against-israeli-hacking-tool-developer-nso-group/ ')}

Leave a Reply