ମହାରାଷ୍ଟ୍ର ରାଜନୀତିକୁ ନେଇ ଶିବସେନା ମୁଖପତ୍ରରେ ନୂଆ ଫର୍ମୁଲା

1 min read

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ କ୍ଷମତା ଯୁଦ୍ଧ ଜାରି ରହିଛି । ଶିବସେନା-ବିଜେପି ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସହମତି ହୋଇପାରୁନି । ଏତିକି ବେଳେ ଶିବସେନା ମୁଖପତ୍ର ‘ସାମନା’ରେ ବିଜେପିକୁ ଟାର୍ଗେଟ କରିଛି । ରାଜ୍ୟ ଅର୍ଥମନ୍ତ୍ରୀ ସୁଧୀର ମୁଙ୍ଗତିୱାର ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ଧମକ ଦେବା ଜନାଦେଶ ପ୍ରତି ଅପମାନ ବୋଲି ଶିବସେନା କହିଛି ।

SAAMANA
EDITORIAL OF SAAMANA PUBLISHED ON 02-11-2019 Courtesy- SAAMANA

 

ମହାରାଷ୍ଟ୍ରର ରାଜନୀତି ବର୍ତ୍ତମାନ ଏକ ମଜାଦାର ଶୋଭାଯାତ୍ରା ପାଲଟିଛି । ତେବେ, ଏହି ମଜାଦାର ଶୋଭାଯାତ୍ରା ପାଇଁ କିଏ ଦାୟୀ ରହିବ ବୋଲି ‘ସାମନା’ରେ ପ୍ରଶ୍ନ କରାଯାଇଛି । ବିଦାୟୀ ସରକାରର ଅର୍ଥମନ୍ତ୍ରୀ ସୁଧୀରଙ୍କ ରାଷ୍ଟ୍ରପତି ଶାସନ ଲାଗୁ ଧମକକୁ କଡ଼ା ସମାଲୋଚନା କରିଛି ‘ସାମନା’ । ମୁଙ୍ଗତିୱାର ଓ ତାଙ୍କ ଦଳ ମନରେ କେଉଁ ପ୍ରକାର ବିଷ ରହିଛି ତାହା ଏହି ମନ୍ତବ୍ୟରୁ ସ୍ପଷ୍ଟ ବୁଝା ପଡ଼ୁଥିବା କହି ଆକ୍ରମଣ କରିଛି ।

କାନୁନ୍ ଓ ସମ୍ବିଧାନକୁ ଦବେଇ ବିଜେପି ଏମିତି କରିବାକୁ ଚାହୁଁଛି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଷ୍ଟ୍ରପତିଙ୍କ ରବର ଷ୍ଟାମ୍ପ ଥିବ ତେଣୁ, ଜରୁରୀକାଳୀନ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ଧମକ ଦିଆଯାଉଥିବା ‘ସାମନା’ ଉଲ୍ଲେଖ କରିଛି । ଏହାକୁ ଲୋକଙ୍କ ଜନାଦେଶର ଅର୍ଥ ବୁଝିବା କି ?

ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ବେଳେ ଶିବରାୟଙ୍କ ଖଣ୍ଡା ଉଠିଥିଲା । ରକ୍ତରଞ୍ଜିତ ଏହି ଖଣ୍ଡା ସ୍ୱାଭିମାନର । ତେଣୁ, ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଧମକ ଦେବା ଭୁଲିଯାଅ ବୋଲି ‘ସାମନା’ ଲେଖିଛି । ଏମିତି ଧମକ ମହାରାଷ୍ଟ୍ରକୁ ଫରକ ପଡ଼ିବ ନାହିଁ । ଧମକ ଦେବା ପୂର୍ବରୁ ସରକାର ଗଠନ ପାଇଁ ଦାବି କରି କି ଦେଖ ବୋଲି ଶିବସେନା ମୁଖପତ୍ରରେ କଟାକ୍ଷ କରିଛି ।

  ')}

Leave a Reply