ବିଏମସି ଅଞ୍ଚଳରୁ ଆଉ ୨୬୭ ଜଣ କରୋନା ସଂକ୍ରମିତ ଚିହ୍ନଟ

1 min read
BMC Reports Fresh 267 Covid Cases In Last 24 Hours

ଭୁବନେଶ୍ୱର: ରାଜଧାନୀରେ ଥମୁନି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରୁ ୨୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛି ବିଏମସି । ନୂଆ ୨୬୭ ସଂକ୍ରମିତଙ୍କୁ ମିଶାଇ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬ ହଜାର ୨୮୩ରେ ପହଞ୍ଚିଛି । ତେବେ, ଆଶ୍ୱସ୍ତିର କଥା ହେଉଛି ବିଏମସି ଅଞ୍ଚଳରେ ଦୈନିକ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ଠାରୁ ଆରୋଗ୍ୟ ସଂଖ୍ୟା ଅଧିକ ରହିଛି ।

ଚିହ୍ନଟ ୨୬୭ ସଂକ୍ରମିତଙ୍କ ମଧ୍ୟରୁ ୭୧ଟି ମାମଲା କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ୧୯୬ଟି ମାମଲା ସ୍ଥାନୀୟ ସଂକ୍ରମଣ । ସ୍ଥାନୀୟ ସଂକ୍ରମଣ ମଧ୍ୟରୁ ୮ଟି ମାମଲା ଓଲ୍ଡ ଟାଉନ୍, ୧୯ଟି ମାମଲା ନୟାପଲ୍ଲୀ, ୮ଟି ମାମଲା ଆଇଆରସି ଭିଲେଜ, ୟୁନିଟ୍-୯ ଓ ବରମୁଣ୍ଡା ଅଞ୍ଚଳରୁ ୧୦ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

BMC Reports Fresh 267 Covid Cases In Last 24 Hours

ଗତ ୨୪ ଘଣ୍ଟାରେ ବିଏମସି ଅଞ୍ଚଳରୁ ୩୪୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜଧାନୀରେ ଏବେ ଯାଏଁ ୨୬ ହଜାର ୨୮୩ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୧୨୩ ଜଣଙ୍କ ମୃତ୍ୟୁ ହୋଇଛି । ୨୨ ହଜାର ୮୬୭ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୩ ହଜାର ୨୭୨ଟି ସକ୍ରିୟ ସଂକ୍ରମିତ ମାମଲା ରହିଛି ।

Leave a Reply