ପାର୍ବଣ ପୂର୍ବରୁ ପୋଲିସକୁ ବଡ଼ ସଫଳତା, ୫୦ ରାଉଣ୍ଡ ଗୁଳି ସହ ୫ଟି ବନ୍ଧୁକ ଜବତ

Commissionerate Police Busted Interstate Gun Racket, Held 4

କଟକ: ପାଖେଇ ଆସୁଛି ପାର୍ବଣ । ସଜେଇ ହେଉଛି ସିଲଭର ସିଟି କଟକ । ପାର୍ବଣ ସମୟରେ ଅଘଟଣ ଓ ଅପରାଧକୁ ରୋକିବା ପାଇଁ କମିଶନରେଟ୍ ପୋଲିସ ପ୍ରାଣେପ୍ରାଣେ ଚେଷ୍ଟା କରୁଛି । ପୋଲିସର ଉଦ୍ୟମକୁ ମିଳିଛି ସଫଳତା । କଟକର ଚାଉଳିଆଗଞ୍ଜ ପୋଲିସ ଏକ ଆନ୍ତଃରାଜ୍ୟ ଚୋରା ବନ୍ଧୁକ ରାକେଟକୁ ଧରିଛି । ଏହି ରାକେଟର ଚେର ବିହାର ମୁଙ୍ଗିଆରୁ ଓଡ଼ିଶାକୁ ଲମ୍ବିଥିବା ତଦନ୍ତରୁ ଜାଣିବାକୁ ପାଇଛି କମିଶନରେଟ୍ ପୋଲିସ ।

Commissionerate Police Busted Interstate Gun Racket, Held 4

ଚାଉଳିଆଗଞ୍ଜ ପୋଲିସ ଚୋରା ବନ୍ଧୁକ ରାକେଟରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି । ଏମାନଙ୍କ ଠାରୁ ପୋଲିସ ୫୦ ରାଉଣ୍ଡ ଗୁଳି, ୯ ଏମ୍ଏମର ୫ଟି ବନ୍ଧୁକ ସହ ୮ଟି ମୋବାଇଲ ଓ ଏକ ହୁଣ୍ଡାଇ କାର ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ନାଁରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏକାଧିକ ମାମଲା ଥିବା ପୋଲିସ ସୂଚନା ଦେଇଛି ।

Leave a Reply