ଏୟାର ଇଣ୍ଡିଆ ବିମାନ ଅବତରଣ କରିବା ସମୟରେ ଦୁର୍ଘଟଣା, ବିମାନରେ ଥିଲେ ୧୯୧ ଜଣ ଯାତ୍ରୀ

1 min read

କେରଳ: କ୍ରାସ ଲ୍ୟାଣ୍ଡି କଲା ଏୟାର ଇଣ୍ଡିଆ ବିମାନ । ଦୁର୍ଘଟଣାରେ ବିମାନଟି ସମ୍ପୁର୍ଣ୍ଣ ଦୁଇଭାଗ ହୋଇଯାଇଛି । ପ୍ରବଳ ବର୍ଷା ହେତୁ ରନୱେରେ ଅବତରଣ କରିବା ବେଳେ ବିମାନଟି ଖସିପଡ଼ିଥିବା ସୂଚନା ମିଳିଛି । ବିମାନରେ ଥିଲେ ୧୯୧ ଜଣ ଯାତ୍ରୀ । ଯାତ୍ରୀଙ୍କ ମଧ୍ୟରେ ୧୦ ଜଣ ଶିଶୁ ରହିଥିଲେ । ଏମାନଙ୍କ ମଧ୍ୟରେ ୨ ଜଣ ପାଇଲଟ ଏବଂ ୬ଜଣ କ୍ର୍ୟିୁ ମେମ୍ବର ରହିଥିଲେ । ବିମାନଟି ଦୁବାଇରୁ କେରଳର କାଝିକୋଡ ଆସୁଥିଲା । ତେବେ ଲ୍ୟାଣ୍ଡି ସମୟରେ କାରିପୁର ଏୟାରପୋର୍ଟରେ କ୍ରାସ ଲ୍ୟାଣ୍ଡିଂ କରିଥିଲା ।

ଏହି ଦୁର୍ଘଟଣାରେ ବିମାନର ପାଇଲଟ୍ ପ୍ରାଣ ହରାଇଥିବା ପ୍ରାଥମିକ ସୂଚନାରୁ ଜଣା ପଡିଛି । ଏଥିସହ ଅନେକ ଲୋକ ଆହତ ହେଉଛନ୍ତି । ବିମାନଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବର୍ତ୍ତମାନ ସୁଦ୍ଧା ଯାତ୍ରୀଙ୍କ ସଂପର୍କରେ କୌଣସି ସୂଚନା ମିଳି ପାରିନାହିଁ । ସେପଟେ ଉଦ୍ଧାର କାର୍ଯ୍ୟରେ ମଲଲାପୁରାମରୁ NDRF ଟିମ୍‌ ନିୟାଜିତ ରହିଛନ୍ତି ।  ବିମାନ ଦୁର୍ଘଟଣାରେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଘଟଣାସ୍ଥଳରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି।

Leave a Reply