ଚମ୍ବଲ ନଦୀ ପାର ହେଉଥିବାବେଳେ ଡଙ୍ଗା ବୁଡ଼ି ୭ ଜଣଙ୍କ ମୃତ୍ୟୁ, ୩ ନିଖୋଜ

1 min read

ରାଜସ୍ଥାନ: ରାଜସ୍ଥାନର ଚମ୍ବଲ ନଦୀ ପାର ହେଉଥିବାବେଳେ ଡଙ୍ଗା ବୁଡ଼ି ୭ ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ଓଜନ ଯୋଗୁଁ ଡଙ୍ଗାଟି ବୁଡିଯାଇଥିବା କୁହାଯାଉଛି । ଡଙ୍ଗାରେ ୩୦ ଜଣ ଯାତ୍ରୀ ବସିଥିବା ସୂଚନା ରହିଛି । ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କୁ ସୁରକ୍ଷିତ ଭାବେ ନଦୀରୁ ଉଦ୍ଧାର କରାଯାଇଛି । ଏଥିରେ ୭ ଜଣଙ୍କ ମୃତ୍ୟୁ ହେଇଥଇବାବେଳେ ଅବଶିଷ୍ଟ ୩ ଜଣ ନିଖୋଜ ଥିବା ଜଣାଯାଇଛି ।

ସମସ୍ତ ଯାତ୍ରୀ କମଲେଶ୍ୱର ଧାମକୁ ଯିବା ପାଇଁ ଏକ ଡଙ୍ଗାରେ ଚମ୍ବଲ ନଦୀ ପାର ହେଉଥିଲେ । ଏଟାୱା ସହର ସହିତ ସଂଯୁକ୍ତ ଖାଟୋଲି ଅଞ୍ଚଳ ନିକଟରେ ଏହି ଦୁର୍ଘଟଣା ଘଟିଥିଲା ।

ଯାତ୍ରୀଙ୍କ ସହ ଡଙ୍ଗାରେ ୧୪ ଟି ବାଇକ୍ ମଧ୍ୟ ଥିଲା ଯାହା ନଦୀ ପାର ହେବା ପାଇଁ ରଖାଯାଇଥିଲା । ସୂଚନା ପାଇବା ପରେ ଉଭୟ ପୋଲିସ ଏବଂ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ଦୁର୍ଘଟଣାକୁ ନେଇ ଲୋକସଭା ବାଚସ୍ପତି ଓମ ବିର୍ଲା ଉଦବେଗ ପ୍ରକାଶ କରିଛନ୍ତି । ଏଥିସହ ଲୋକସଭା ସଚିବାଳୟ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରିଛି । ଏହା ବ୍ୟତୀତ କୋଟାରୁ SDRF ଦଳ ଘଟଣାସ୍ଥଳକୁ ପଠାଯାଇଛି ।

Leave a Reply