ପ୍ରତି ଟିକାକରଣ ସ୍ଥାନରେ ୧୦୦ ଜଣ ଲେଖାଏଁ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଭ୍ୟାକ୍ସିନ୍

1 min read
100 Health Workers To Get Vaccine In Every Session Site Of Odisha

ଭୁବନେଶ୍ୱର: ଆସନ୍ତା ୧୬ ତାରିଖରୁ ଦେଶବ୍ୟାପୀ ହେବ କୋଭିଟ୍ ଟିକାକରଣ । ଏଥିପାଇଁ ଓଡ଼ିଶାରେ ପ୍ରସ୍ତୁତି ସରୁଛି । ଟିକାକରଣ ସେସନ୍ ସାଇଟରେ ଦୁଇ ଦୁଇଥର ଡ୍ରାଏ ରନ୍ ହୋଇଛି । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ୧୬୦ ସେସନ୍ ସାଇଟରେ ଟିକାକରଣ ହେବ । ସରକାରୀ ହସ୍ପିଟାଲ, ସିଏଚସି, ପିଏଚସି, ପ୍ରାଇଭେଟ ହସ୍ପିଟାଲକୁ ମିଶାଇ ମୋଟ ୧୬୦ ସ୍ଥାନରେ ହେବ ଟୀକାକରଣ । ରାଜ୍ୟ ସ୍ତରରେ କିପରି ପ୍ରସ୍ତୁତି ଚାଲିଛି ସେ ସଂକ୍ରାନ୍ତରେ ଆଲୋଚନା ହୋଇଛି ।

100 Health Workers To Get Vaccine In Every Session Site Of Odisha

ପର୍ଯ୍ୟାୟ କ୍ରମେ ଉପକରଣ ଆସୁଛି । ଏବେ ଉପଲବ୍ଧ ଥିବା ଉପକରଣରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ଅସୁବିଧା ନାହିଁ । ଯେଉଁଠି ଡ୍ରାଏ ରନ୍ କରାଯାଇଥିଲା ସେଠି ସବୁକିଛି ପ୍ରସ୍ତୁତ ଅଛି । ଆଉ କିଛି ଟିକାକରଣ ସେଣ୍ଟର ଚିହ୍ନଟ ଚାଲିଛି । ଟିକାକରଣର ଆରମ୍ଭ ଦିନ ପ୍ରତ୍ୟେକ ସ୍ଥାନରେ ୧୦୦ ଜଣ ଲେଖାଏଁ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । ତେବେ କେବେ ଟିକା ଦିଆଯିବ ତାହା ସ୍ପଷ୍ଟ ହୋଇନି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

100 Health Workers To Get Vaccine In Every Session Site Of Odisha

ସେ ଆହୁରି କହିଛନ୍ତି- ଖୁବ୍ ନିକଟରେ ଟିକାକରଣ ହେବ । କମ୍ପାନୀ ପାଖରୁ ସିଧାସଳଖ ରାଜ୍ୟ ଭ୍ୟାକ୍ସିନ୍ ଷ୍ଟୋରକୁ ଟିକା ଆସିବ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନାରେ ନିଶ୍ଚିତ ପକ୍ଷେ କୌଣସି ନିର୍ଯାସ ବାହାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଜାନୁଆରୀ ପ୍ରଥମ ସପ୍ତାହରେ କୋଭାକ୍ସିନ୍ ଓ କୋଭିସିଲ୍ଡର ଜରୁରୀକାଳୀନ ବ୍ୟବହାରକୁ ଡିସିଜିଆଇ ଅନୁମତି ଦେଇଥିଲେ ।

Leave a Reply