ଗୋଟିଏ ସିନ୍ ‌ପାଇଁ ଦେଢ କୋଟି

ମୁମ୍ବାଇ:   ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ମେଗା ବଜେଟ୍ ‌ଫିଲ୍ମ ରାଧେଶ୍ୟାମର ଟିଜର ରିଲିଜ ହେଉ ହେଉ ଚାଂଚଲ୍ୟ ସୃଷ୍ଟି କରିଛି । ପ୍ରତିଥର ଭଳି ଏହିଥର ମଧ୍ୟ ଟିଜରରେ ପ୍ରଭାସଙ୍କ ରୋମାଂଟିକ ଅନ୍ଦାଜ ଦର୍ଶକଙ୍କୁ ମତୁଆଲା କରିଛି । ଟିଜରରେ ବାହୁବଳୀ ପ୍ରଭାସ ଏବଂ ମହେଞ୍ଜୋଦାରୋ ଫେମ୍‌ପୂଜା ହେଗଡ଼େଙ୍କ କେମେଷ୍ଟ୍ରିକୁ ଦର୍ଶକ ବେଶ୍‌ପସନ୍ଦ କରୁଛନ୍ତି ।

କିନ୍ତୁ ଏହି କଥା ଖୁବ୍‌ କମ୍‌ଲୋକ ଜାଣିଛନ୍ତିଯେ, ଟିଜରରେ ଏଭଳି ଏକ ଦୃଶ୍ୟ ରହିଛି ଯେଉଁଥିରେ ନିର୍ମାତାଙ୍କୁ ଏକ କୋଟିରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିଛି ।

ରାଧେଶ୍ୟାମର ଟିଜର ଆରମ୍ଭ ହେଉଛି ଏକ ରେଲଓ୍ୱେ ଷ୍ଟେସନରୁ । ସେହି ଷ୍ଟେସନରେ ପ୍ରଭାସ ପୂଜାଙ୍କୁ ଡାକୁଥିବାର ନଜର ଆସିଛି । କିନ୍ତୁ ଏହି ଦୃଶ୍ୟ ପଛରେ ରହିଛି ଏକ ରାଜ୍‌। ଆଉ ରାଜ୍‌ହେଉଛି ଏକ ଗୋଟିଏ ଦୃଶ୍ୟ ପାଇଁ ଖର୍ଚ୍ଚ ହୋଇଛି ଦେଢ କୋଟି ଟଙ୍କା । ରିପୋର୍ଟ କହୁଛି ଏହି ଦୃଶ୍ୟକୁ ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ସୁଟ୍‌କରାଯାଇଛି । ଏହି ଦୃଶ୍ୟର ସୁଟିଂ ପାଇଁ ଆର୍ଟ ଡାଇରେକ୍ଟର ରବିନ୍ଦର ରେଡ୍ଡୀଙ୍କର ରହିଛି ଏକ ଖାସ୍‌ଭୂମିକା । ଏଥିପାଇଁ ସେ ତାଙ୍କ ଟିମରେ ସାମିଲ କରିଥିଲେ ପ୍ରାୟ ୨୫୦ ଲୋକ । ଏହି ଗୋଟିଏ ଦୃଶ୍ୟର ସୁଟିଂ ପାଇଁ ତାଙ୍କୁ ଲାଗିଥିଲା ପ୍ରାୟ ୩୦ ଦିନ ସମୟ ।

ସୂଚନା ମୁତାବକ ଏହି ଦୃଶ୍ୟକୁ ସୁଟ୍‌କରିବା ପାଇଁ ପ୍ରଥମେ ଇଟଲୀକୁ ଚୟନ କରାଯାଇଥିଲା । କିନ୍ତୁ କରୋନା ମହାମାରୀକୁ ନଜରରେ ରଖି ଏହାକୁ ରବ୍ଦ କରିବା ସହିତ ଦେଶ ମଧ୍ୟରେ ସୁଟିଂ କରିବା ପାଇଁ ନିଷ୍ପତ୍ତି ନିଆଗଲା । ତା ପରେ ତିଆରି ହେଲା ଆକର୍ଷୀଣୀୟ ଷ୍ଟେସନ, ଆଉ ଖର୍ଚ୍ଚ ହେଲା ଦେଢ କୋଟି ଟଙ୍କା ।

କଥା ହେଉଛି ଫିଲ୍ମରେ ଯେତେବେଳେ ପ୍ରଭାସ ଅଭିନୟ କରୁଛନ୍ତି ଏତେ ଟଙ୍କା ଖର୍ଚ୍ଚ ହେବା ତ ସ୍ୱଭାବିକ କଥା ।
ଫିଲ୍ମର ଟିଜରକୁ ତ ଦର୍ଶକ ବେଶ୍‌ପସନ୍ଦ କରୁଛନ୍ତି, କିନ୍ତୁ ଫିଲ୍ମକୁ କେତେ ପସନ୍ଦ କରିବେ ତାହା ଦେଖିବା ବାକି ରହିଲା ।

Leave a Reply