ଅନଲାଇନ ଲୁଡୁ ଖେଳି ପାକିସ୍ତାନ ଯୁବକଙ୍କ ପ୍ରେମରେ ପଡ଼ିଲେ ବିବାହିତ ମହିଳା

ଢ଼ୋଲପୁର: ରାଜସ୍ଥାନ ଢ଼ୋଲପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଢ଼ୋଲପୁର ଜିଲ୍ଲାର ଜଣେ ବିବାହିତ ମହିଳା ଅନଲାଇନରେ ଲୁଡୁ ଖେଳି ପାକିସ୍ତାନର ଅଲ୍ଲୀ ନାମକ ଜଣେ ଯୁବକଙ୍କ ପ୍ରେମରେ ପଡ଼ିଯାଇଛନ୍ତି । ପ୍ରଥମେ ଅନଲାଇନରେ ଲୁଡୁ ଖେଳି ଉଭୟଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଥିଲା ଏବଂ କିଛି ଦିନ ପରେ ଉଭୟ ଉଭୟଙ୍କ ପ୍ରେମରେ ପଡ଼ିଯାଇଥିଲେ । ଏହା ପରେ ଉକ୍ତ ମହିଳାଜଣଙ୍କ ତାଙ୍କ ସ୍ୱାମୀ ଓ ପିଲାଙ୍କୁ ଛାଡି ତାଙ୍କ ପ୍ରେମିକଙ୍କୁ ଦେଖାକରିବା ପାଇଁ ପାକିସ୍ତାନ ଯିବା ପାଇଁ ସ୍ଥିର କରିଥିଲେ । କିନ୍ତୁ ପୋଲିସ ତାଙ୍କୁ ଅମୃତସରର ଜାଲିଓ୍ୱାନାଓ୍ୱାଲବାଗ ଅଞ୍ଚଳରୁ ଧରିଥିଲେ । ଉକ୍ତ ମହିଳା ଜଣଙ୍କ ଜାଲିଆନାଓ୍ୱାଲାବାଗ ଅଞ୍ଚଳରୁ ଅଟାରୀ ଯିବା ପାଇଁ ଅଟୋ ପାଇଁ ପଚାରୁଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ପୋଲିସ କର୍ମଚାରୀଙ୍କର ସନ୍ଦେହ ହୋଇଥିଲା । ଯାହା ଫଳରେ ସେ ସେହି ମହିଳାଜଣଙ୍କୁ ପଚରା ଉଚରା କରିଥିଲେ । ପୋଲିସ ପଚରା ଉଚରା ପରେ ପୂରା ମାମଲା ସାମ୍ନାକୁ ଆସିଥିଲା ।

ପୋଲିସ ମହିଳାଙ୍କୁ ଅଟକ ରଖିବା ପରେ ତାଙ୍କ ପରିବାରଙ୍କୁ ଅମୃତସର ଡାକିଥିଲେ ଏବଂ ମହିଳା ଜଣଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲେ । ମହିଳାଜଣଙ୍କ ପୋଲିସକୁ କହିଥିଲେ କି ସେ ୬ ମାସ ପୂର୍ବରୁ ଅନଲାଇନରେ ଲୁଡୁ ଖେଳିବା ସମୟରେ ପାକିସ୍ତାନର ଅଲ୍ଲୀ ନାମକ ଜଣେ ଯୁବକଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା । ଏହାପରେ ଉଭୟ ହ୍ୱାଟ୍ସଆପରେ କିଛି ଦିନ ଚାଟିଂ ମଧ୍ୟ କରିଥିଲେ । ଏହାପରେ ପାକିସ୍ତାନ ଯୁବକ ବିବାହିତା ମହିଳାଙ୍କୁ ଭେଟିବା ପାଇଁ ଅଟାରୀ ବର୍ଡରକୁ ଡାକିଥିଲେ । ପାକିସ୍ତାନୀ ଯୁବକ ଅଲ୍ଲୀ ତାଙ୍କୁ କହିଥିଲା କି ସେ ଅଟାରୀ ବର୍ଡରରେ ପହଞ୍ଚିବା ପରେ ସେ ତାଙ୍କୁ ତାଙ୍କ ସହ ପାକିସ୍ତାନ ନେଇଯିବେ।

ପ୍ରେମରେ ପାଗଳ ଥିବା ମହିଳା ଜଣଙ୍କ ବୁଧବାର ତାଙ୍କ ସ୍ୱାମୀ ଓ ଦୁଇ ବର୍ଷର ଛୋଟ ଛୁଆଙ୍କୁ ଛାଡି ପାକିସ୍ତାନ ତାଙ୍କ ପ୍ରେମିକଙ୍କୁ ଦେଖାକରିବା ପାଇଁ ବାହାରିଥିଲେ । ବୁଧବାର ଘରୁ ବାହାରି ଯିବା ପରେ ଶଶୂର ଘର ପକ୍ଷରୁ ତାଙ୍କୁ ଖୋଜି ଖୋଜି କରିଥିଲେ । ଏହାରି ମଧ୍ୟରେ ଗୁରୁବାର ଅମୃତସର ପୋଲିସ ମହିଳାଜଣଙ୍କୁ ଜାଲିଆନାଓ୍ୱାଲବାଗ ଅଞ୍ଚଳରୁ ଧରି ଥିଲେ । ତେବେ ଏହି ମାମଲାରେ ପରିବାର ପକ୍ଷରୁ ପୋଲିସ ପାଖରେ କୌଣସି ମାମଲା ରୁଜୁ କରିନାହାନ୍ତି ।

Leave a Reply