ଶତକ ପରେ ରିଟାର୍ଡ ହଟ୍ ହୋଇ କାହିଁକି ପାଭିଲିୟନକୁ ଫେରିଲେ ଜଶସ୍ବୀ ଜୟସ୍ବାଲ

1 min read

ନନ୍ଦିଘୋଷ ବ୍ୟୁରୋ: ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ଖେଳାଯାଉଥିବାବେଳେ ଟିମ ଇଣ୍ଡିଆ ଦ୍ବିତୀୟ ପାଳିରେ ଦମଦାର ବ୍ୟାଟିଂ କରୁଛି । ତୃତୀୟ ଦିନ ଖେଳ ଶେଷସୁଦ୍ଧା ଭାରତ ୧୯୨ ରନରେ ଦୁଇଟି ଓ୍ବିକେଟ ହରାଇଥିବାବେଳେ ୩୨୨ ରନର ଲିଡରେ ରହିଛି ରୋହିତ ବାହିନୀ । ଜୟସ୍ବାଲ ଦ୍ବିତୀୟ ପାଳିରେ ଏକ ଦମଦାର ଶତକ ହାସଲ କରିଥିଲେ ସୁଦ୍ଧା ପଡ଼ିଆରେ ଦୀର୍ଘ ସମୟ ରହିପାରିନାହାନ୍ତି । ତାଙ୍କ ପିଠି ଏବଂ ଗୋଡ଼ରେ ଆଘାତ ଲାଗିଥିବାବେଳେ ରିଟାର୍ଡ ହଟ ହୋଇ ପାଭିଲିୟନକୁ ଫେରିଛନ୍ତି । ୧୨୨ ବଲରୁ ଶତକ ହାସଲ କରିଥିବାବେଳେ ଏଥିରେ ୯ଟି ଚୌକା ଏବଂ ୫ଟି ଛକା ରହିଛି ।ଟେଷ୍ଟ କ୍ୟାରିୟରରେ ଏହା ଜୟସ୍ବାଲଙ୍କ ତୃତୀୟ ଶତକ । ତେବେ ଜୟସ୍ବାଲଙ୍କ ସ୍ଥାନରେ ବ୍ୟାଟିଂ କରିବା ପାଇଁ ଆସିଥିବା ରଜତ ପଟିଦାର ୧୦ଟି ବଲର ସମ୍ମୁଖୀନ ହୋଇଥିଲେ ସୁଦ୍ଧା କୌଣସି ରନ ସଂଗ୍ରହ କରିପାରିନଥିଲେ । ରଜତ ଆଉଟ ହେବାପରେ କୁଲଦୀପ ଯାଦବ ନାଇଟ ଓ୍ବାଚରଭାବେ ମଇଦାନକୁ ଆସିଥିଲେ । କୁଲଦୀପ ୧୫ ବଲରୁ ୩ ରନ ସଂଗ୍ରହ କରିଛନ୍ତି । ଅନ୍ୟପଟେ ଶୁଭମନ ଗିଲ ୬୫ ରନର ପାଳି ଖେଳି ମଇଦାନରେ ମହଜୁଦ ରହିଛନ୍ତି ।