ସେଦିନ ରାତିରେ ଆଦିତ୍ୟଙ୍କ ସାଙ୍ଗ କାହିଁକି ପୋଲିସକୁ ଦେଇନଥିଲେ ଡାଏରୀ ?

ଭୁବନେଶ୍ୱର: ସମୟ ବିତିବା ସହ ଆଦିତ୍ୟଙ୍କ ମୃତ୍ୟୁ ନେଇ ରହସ୍ୟ ବଢ଼ୁଛି । ଆଦିତ୍ୟଙ୍କ ମୃତ୍ୟୁକୁ ୩ ଦିନ ବିତିଥିବା ବେଳେ ସାମନାକୁ ଆସୁଛି ନୂଆ ନୂଆ ତଥ୍ୟ । ସ୍ତ୍ରୀଙ୍କ ସହ ସାମାନ୍ୟ ମନୋମାଳିନ୍ୟ ପରେ ପ୍ରଥମେ ପତ୍ନୀ ବାହାରକୁ ଯାଇଥିଲେ । ତା’ପରେ ବିଦ୍ୟାଶ୍ରୀ, ଆଦିତ୍ୟଙ୍କ ବନ୍ଧୁ ବିକାଶଙ୍କୁ ଫୋନ୍ କରି ଘରକୁ ଯାଇ ଭାଇଙ୍କ ସହ କଥାହେବାକୁ କହିଥିଲେ । ସାଙ୍ଗମାନେ ଘରେ ଆଦିତ୍ୟ ନଥିବା କହିବା ସହ ଚାବି ପଡ଼ିଥିବା କହିଥିଲେ । ତେବେ, ସାଙ୍ଗମାନେ ଘର ଚାବି କେଉଁଠୁ ପାଇଲେ ? ଆଦିତ୍ୟଙ୍କ ସାଙ୍ଗ ଘର ଖୋଲିବା ସହ ଫ୍ରିଜରୁ ଚାବି ଓ ୨ଟି ଫୋନ୍ ପାଇଥିବା କହିଛନ୍ତି ବିଦ୍ୟାଶ୍ରୀ ।

ସ୍ତ୍ରୀ ବିଦ୍ୟାଶ୍ରୀଙ୍କ ସହ ଆଦିତ୍ୟ

ଫୋନ୍ ପାଇବା ପରେ ଆଦିତ୍ୟଙ୍କ ସାଙ୍ଗ ଫୋନର ପାସୱାର୍ଡ ମାଗିଥିବା ବେଳେ ବିଦ୍ୟାଶ୍ରୀ ଦେଇନଥିଲେ । ତେବେ, ଗୋଟିଏ ଫୋନର ପାସୱାର୍ଡ ସେମାନେ ଜାଣିଥିବା ବିଦ୍ୟାଶ୍ରୀ କହିଛନ୍ତି । ସୋମବାର ରାତି ୧୦ଟାରେ ଆଦିତ୍ୟଙ୍କ ସାଙ୍ଗ ଏକ ଡାଏରୀ ମଧ୍ୟ ପାଇଥିଲେ । ସେଦିନ ରାତିରେ କିନ୍ତୁ ବିକାଶ ଡାଏରୀକୁ ପୋଲିସକୁ ଦେଇନଥିଲେ । ପରେ ବିଦ୍ୟାଶ୍ରୀ ଡାଏରୀକୁ ନେଇ ପୋଲିସକୁ ଦେଇଥିଲେ । ଯାହାକୁ ନେଇ ଆଦିତ୍ୟଙ୍କ ସାଙ୍ଗମାନଙ୍କ(ସହଯୋଗୀ) ଉପରେ ବିଦ୍ୟାଶ୍ରୀଙ୍କ ସନ୍ଦେହ ସୃଷ୍ଟି ହୋଇଛି ।

ମିଳିଲା ଆଦିତ୍ୟଙ୍କ ଆତ୍ମହତ୍ୟା ପୂର୍ବର ହାତଲେଖା, ‘ମୋ ମୃତ୍ୟୁ ପାଇଁ…’

ସ୍ୱାମୀ, ସ୍ତ୍ରୀଙ୍କ ଭିତରେ ଭଲ ସମ୍ପର୍କ ଥିବାବେଳେ ସଙ୍ଗଠନର ସଦସ୍ୟଙ୍କୁ ଆଦିତ୍ୟ ଦାମ୍ପତ୍ୟ ଜୀବନ ଖରାପ ଥିବା ସଦସ୍ୟ କହୁଛନ୍ତି । ଯାହାକୁ ବିଦ୍ୟାଶ୍ରୀ ମିଛ କହିବା ସହ ସେମାନେ ଡରିକି ଏଭଳି କହୁଥିବା କହିଛନ୍ତି । ତେବେ, ସବୁଠୁ ବଡ଼ ପ୍ରଶ୍ନ ଛିଡ଼ା କରିଛି ଆଦିତ୍ୟଙ୍କ ଡାଏରୀ । ପ୍ରକୃତରେ ଡାଏରୀରେ ଲେଖା କାହାର ? ଏହାକୁ ଆଦିତ୍ୟ ଲେଖିଛନ୍ତି ନା ଆଉ କିଏ ? ଆଦିତ୍ୟଙ୍କ ବନ୍ଧୁ ବିକାଶ ଡାଏରୀ ପାଇବା ପରେ କାହିଁକି ପୋଲିସକୁ ଦେଇନଥିଲେ ? ଏଭଳି କିଛି ପ୍ରଶ୍ନ ସାଙ୍ଗମାନଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

ଘରୁ ଯିବା ପରେ ହ୍ୱାଟ୍ସଆପରେ ଆଦିତ୍ୟ କେମିତି ଆସୁଥିଲେ ଅନଲାଇନ୍ ?

Leave a Reply