ବିଜେପି କାଉନସିଲରଙ୍କ ଆକ୍ରମଣରେ ବିଜେଡି କର୍ମୀ ଗୁରୁତର

ଭଦ୍ରକ : ବିଜେପି କାଉନସିଲରଙ୍କ ଆକ୍ରମଣରେ ବିଜେଡି କର୍ମୀ ଗୁରୁତର ଆହତ। ଭଦ୍ରକ ବାସୁଦେବପୁରରେ ପୁଣି ନିର୍ବାଚନୀ ହିଂସା ଘଟିଛି । ରକ୍ତମୁଖା ହୋଇପଡ଼ିଛନ୍ତି ବିଜେପି କାଉନସିଲ ଜଗବନ୍ଧୁ ଦାସ  । ବିଜେପି କାଉନସିଲର ଜଗବନ୍ଧୁ ଦାସଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ବିଜେଡି କର୍ମୀ ସତ୍ଯକାନ୍ତ ନାୟକ  । ସତ୍ଯକାନ୍ତଙ୍କୁ ବାସୁଦେବପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି । ବାସୁଦେବପୁର  ପୌର ପାଳିକା ପାଞ୍ଚ  ନମ୍ବର ୱାର୍ଡର ବିଜେପି କାଉନସିଲର ଜଗବନ୍ଧୁ ଦାସ ଧାରୁଆ  ଅସ୍ତ୍ରରେ  ଆକ୍ରମଣ କରିଛନ୍ତି । ଛକରେ  ବିଜେଡିର  ବ୍ଯାନର ଲଗାଇବାକୁ ନେଇ ପାଟିତୁଣ୍ଡ ଆରମ୍ଭ ହୋଇଥିଲା ।  କାଉନସିଲର ଜଗବନ୍ଧୁ ଦାସ,  ତାଙ୍କ ସାନଭାଇ ରୂପକ ଦାସ ଓ ସହଯୋଗୀ ଭୁଜାଲିରେ ସତ୍ଯକାନ୍ତ ନାୟକଙ୍କୁ  ଆକ୍ରମଣ କରିଥିଲେ  । ପୌରପାଳିକା ନିର୍ବାଚନ ସମୟରୁ ବିଜେପି କାଉନସିଲର ଜଗବନ୍ଧୁ ଦାସ ଉତକ୍ଷିପ୍ତ ଥିଲେ। ଚଳିତ ନିର୍ବାଚନ ସମୟରେ ବିଜେଡି କର୍ମୀ ସତ୍ଯକାନ୍ତ ନାୟକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି  । ଜଗବନ୍ଧୁ ଦାସଙ୍କୁ ପୋଲିସ  ଥାନାରେ  ଅଟକ ରଖିଛି  ।