ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟରେ କାହିଁକି ଖେଳିବେନି କୋହଲି? ଡିଭିଲିୟର୍ସ କହିଲେ..

ନନ୍ଦିଘୋଷ ବ୍ୟୁରୋ: ଗୁରୁବାରଠାରୁ ଭାରତ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଛି ପ୍ରଥମ ଟେଷ୍ଟ ମ୍ୟାଚ୍ । ପ୍ରଥମେ ବ୍ୟାଟିଂ କରୁଥିବା ଇଂଲଣ୍ଡ ଶେଷ ଖବର ସୁଦ୍ଧା ୧୪୦ ରନରେ ୬ଟି ଓ୍ବିକେଟ ହରାଇଛି । ତେବେ ଟିମ ଇଣ୍ଡିଆର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି ପ୍ରଥମ ଟେଷ୍ଟ ମ୍ୟାଚ ଖେଳୁନାହାନ୍ତି । ଏପରିକି ୫ ମ୍ୟାଚ ବିଶିଷ୍ଟ ଏହି ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚରୁ କୋହଲି ବ୍ୟକ୍ତିଗତ କାରଣ ଦର୍ଶାଇ ଟିମରୁ ବାହାରେ ଅଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ନିୟମିତ ଭାରତୀୟ ଦଳରେ ଖେଳି ଆସୁଥିବା କୋହଲି ହଠାତ କାହିଁକି ଟିମରୁ ବାହାର ରହିଲେ ।

ସେପଟେ କୋହଲିଙ୍କ ଜଣେ ଭଲ ବନ୍ଧୁଭାବେ ଜଣାଶୁଣା ଏବି ଡିଭିଲିୟର୍ସ ଏକ ଇଣ୍ଟରଭିୟୁରେ କହିଛନ୍ତି କି, ଯଦିଓ ଜଣା ନାହିଁ କି, କେଉଁ କାରଣରୁ କୋହଲି ଖେଳିନାହାନ୍ତି ତଥାପି ସେ ଏକ ଭଲ ଖବର ଦେଇପାରନ୍ତି । ଯେଉଁ କାରଣରୁ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଟିମରୁ ବାହାରେ ରହିଥାଇପାରନ୍ତି । ହେଇପାରେ କି, ଦୀର୍ଘଦିନ ଧରି ଖେଳୁଥିବା କୋହଲି ଥକି ଯାଇଥିବେ । କିମ୍ବା ତାଙ୍କ ପରିବାରରେ କୌଣସି ଅସୁବିଧା ହୋଇଥିବ । ଅନ୍ୟପଟେ କେଭିନ ପିଟରସନ ମଧ୍ୟ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି କି, ଯଦି ଜଣେ ଅଭିଜ୍ଞ ଖେଳାଳି ବ୍ୟକ୍ତିଗତ କାରଣ ଦର୍ଶାଇ ଟିମରୁ ନିଜ ନାମକୁ ପ୍ରତ୍ୟାହାର କରୁଛି ତାହେଲେ ଏହାକୁ ସମ୍ମାନ ଜଣାଇବା ଉଚିତ ।