ଡିସଚାର୍ଜ ହେଲା ବୋରୱେଲରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟା ବିଜୟିନୀ

ସମ୍ବଲପୁର : ହସପିଟାଲରୁ ଡିସଚାର୍ଜ ହେଲା ନବଜାତକ ବିଜୟିନୀ । ସମ୍ବଲପୁର ରେଙ୍ଗାଲି ଲରିପାଲି ଜଙ୍ଗଲର ପରିତ୍ୟକ୍ତ ବୋରୱେଲରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟା ବିଜୟିନୀ ଆଜି ମେଡିକାଲରୁ ଡିସଚାର୍ଜ ହୋଇଛି । ମେଡିକାଲ କର୍ତ୍ତୃପକ୍ଷ ଶିଶୁକନ୍ୟାକୁ ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି ବୋଲି ସୂଚନା ଦିଆଯାଇଛି । ଡିସଚାର୍ଜ ପରେ ଭୀମସାରରୁ ଛଚାନପାଲି ବାଲ ନିକେତନକୁ  ଯିବ ବିଜୟିନୀ । ଗତ ମାସେ ହେଲା ଭୀମସାରରେ ଚିକିତ୍ସାଧୀନ ଥିଲା ବିଜୟିନୀ । ଗତ ମାସ ୧୨ତାରିଖରେ ଲରିପାଲି ନିକଟରେ ବୋରଓ୍ବେଲରୁ ଉଦ୍ଧାର ହୋଇଥିଲା ବିଜୟିନୀ। ଜନ୍ମ ହେବାର ପ୍ରାୟ ୫ରୁ ୬ ଘଣ୍ଟା ପରେ ତାକୁ ବୋରଓ୍ବେଲରେ ଫିଙ୍ଗି ଦେଇଥିଲା ତାର ମାଆ । କଅଁଳା ଶିଶୁର କାନ୍ଦ ଶୁଣି କିଛି ଲୋକ ବୋରୱେଲ ଭିତରେ ଶିଶୁଟିଏ ପଡ଼ିଛି ବୋଲି ଜାଣିପାରିଥିଲେ ।

ଏନେଇ ଖବର ପୁଲିସକୁ ଖବର ଦେଇଥିଲେ । ଏହା ପରେ ରେସ୍କ୍ୟୁ ଅପରେସନ୍ ଆରମ୍ଭ ହୋଇଥିଲା । ବୋରଓ୍ବେଲରୁ ସାଢ଼େ ୬ ଘଣ୍ଟା ପରେ ତାକୁ ଉଦ୍ଧାର କରାଯାଇଥିଲା । ପରେ ଶିଶୁକନ୍ୟାକୁ ବୁର୍ଲା  ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏକୋଇଶିଆ ଦିନ ତାର ନାମ ବିଜୟିନୀ ବୋଲି ନାମକରଣ କରିଥିୁଲେ ମେଡିକାଲ କର୍ତ୍ତୃପକ୍ଷ ।