ସେ ମମତା ବାନାର୍ଜୀ ନୁହଁନ୍ତି, ମୁମତାଜ୍ ଖାନ୍ , ଜାଣନ୍ତୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଏମିତି କହିଲେ ରାମ ମନ୍ଦିରର ମୁଖ୍ୟ ପୂଜକ

1 min read

ନନ୍ଦିଘୋଷ ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତେନ୍ଦ୍ର ଦାସ । ସେ ମମତା ବାନାର୍ଜୀ ନୁହଁନ୍ତି, ମୁମତାଜ୍ ଖାନ । ପଶ୍ଚିମବଙ୍ଗରେ ସାଧୁଙ୍କ ମାଡ଼ ମରାଯାଇଥିବା ଘଟଣାରେ ଏଭଳି ତୀବ୍ର ଭାବରେ ରାଗି ପ୍ରତିକ୍ରିୟା ରଖିଥିବା ଦେଖିବାକୁ ମିଳିଛି । ସେ କହିଛନ୍ତି କି, ପଶ୍ଚିମବଙ୍ଗରେ ହିନ୍ଦୁଙ୍କ ଉପରେ ହୋଇଥିବା ଆକ୍ରମଣ ପଛରେ ମୁଖ୍ୟମନ୍ତ୍ରୀ ରହିଛନ୍ତି ।  ସେ ସାଧୁଙ୍କ ଭବଗା ରଙ୍ଗ ଦେଖି ଚିଡ଼ୁଛନ୍ତି ।  ତେବେ ପଶ୍ଚିମବଙ୍ଗରେ ସାଧୁଙ୍କ ଉପରେ ହୋଇଥିବା ଆକ୍ରମଣକୁ ବିଜେପି ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛି । ତେବେ ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ aମତା କହିଥିଲେ କି, ମୁଁ ,ଭଳି ଉତ୍ସବକୁ ବିଶ୍ବାସ କରେ ଯାହା ସମସ୍ତଙ୍କୁ ନେଇ ଏକା ସାଙ୍ଗରେ ଚାଲନ୍ତି ।  ତୁମେ ଯାହା କରୁଛ କର ।