ଆମେରିକା ରାଷ୍ଟ୍ରପତି ଜୋ ବିଡେନ ନେଲେ କୋଭିଡର ବୁଷ୍ଟର ଡୋଜ

ନ୍ୟୁୟର୍କ: ଆମେରିକା ରାଷ୍ଟ୍ରପତି ଜୋ ବିଡେନ ନେଲେ କୋଭିଡର ବୁଷ୍ଟର ଡୋଜ । ଏହା ସହ ଯେଉଁମାନେ ଟିକା ନେବାକୁ ଅମଙ୍ଗ ଅଛନ୍ତି ସେମାନେ ଦେଶର ଭବିଷ୍ୟତକୁ ନଷ୍ଟ କରୁଛନ୍ତି ବୋଲି ସେ କହିଛନ୍ତି । ହ୍ୱାଇଟହାଉସରେ ରାଷ୍ଟ୍ରପତି ବିଡେନ ଫାଇଜରର ତୃତୀୟ ଡୋଜ ନେବା ସହ ସ୍ୱାସ୍ଥ୍ୟ ବିଭାଗ ଗାଇଡଲାଇନକୁ ପାଳନ କରିଛନ୍ତି । ୬୫ବର୍ଷରୁ ଅଧିକ ବୟସର ଲୋକେ ବୁଷ୍ଟର ଡୋଜ ନେଇପାରିବେ ବୋଲି ଘୋଷଣା ହେବା ପରେ ସେ ଏହି ଡୋଜ ନେଇଛନ୍ତି ।

ତୃତୀୟ ଡୋଜ ନେଇ ବେଶ୍ ଆନନ୍ଦିତ ଥିବା ନେଇ କହିଛନ୍ତି ୭୮ ବର୍ଷ ବୟସ୍କ ବିଡେନ । ହାଇରିସ୍କରେ ଥିବା ବ୍ୟକ୍ତି ଓ ସର୍ବଦା କୋଭିଡ ବିରୋଧରେ ମୁକାବିଲା କରୁଥିବା ଲୋକମାନେ ବୁଷ୍ଟର ଡୋଜ ନେବା ଆବଶ୍ୟକ ବୋଲି ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ କହିଥିଲା । ଦେଶରେ ଡେଲଟା ଭାରିଆଣ୍ଟର ପ୍ରଭାବ ଏବେ ବି ଜାରି ରହିଥିବାବେଳେ ବ୍ୟାପକ ଟିକାକରଣ ପ୍ରକ୍ରିୟା ଜାରି ରହିଛି । ଦେଶରେ ବର୍ତ୍ତମାନ ସୁଦ୍ଧା ୭୭ ପ୍ରତିଶତ ଲୋକ ଟିକା ନେଇ ସାରିଥିବାବେଳେ ଅନେକ ଲୋକ ଟିକା ନେବାକୁ ଚାହୁଁନାହାଁନ୍ତି ।

Leave a Reply