ଆସନ୍ତାକାଲି ୟୁପିରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍, ୫୯ ଆସନ ପାଇଁ ହେବ ଭୋଟିଂ

1 min read

ଲକ୍ଷ୍ନୌ: ଆସନ୍ତାକାଲି ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ଭୋଟ । ୯ ଜିଲ୍ଲାର ୫୯ ଆସନଲାଗି ହେବ ଭୋଟ । ପିଲିଭିଟ୍, ଲଖିମପୁର-ଖେରି, ସୀତାପୁର, ହାରଦୋଇ, ଉନ୍ନାଓ, ଲକ୍ଷ୍ନୌ, ରାଇବରେଲି, ବାନ୍ଦା ଓ ଫତେହପୁର ଜିଲ୍ଲାର ୫୯ ଆସନରେ ଭୋଟଗ୍ରହଣ ହେବ। ୫୯ ଆସନ ପାଇଁ ମଇଦାନରେ ବିଭିନ୍ନ ଦଳର ୬୨୪ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି । ସେମାନଙ୍କ ମଧ୍ୟରେ ୯୧ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି ।

ସେହିପରି ଚତୁର୍ଥ ପର୍ଯ୍ୟାୟରେ ନିର୍ଦ୍ଧାରଣ ହେବ ଚାରି ମନ୍ତ୍ରୀଙ୍କ ଭାଗ୍ୟ । ରାୟବରେଲୀ ସଦରରେ ବିଜେପିର ଆଦିତି ସିଂ ଲଢୁଥିବାବେଳେ, ସମାଜବାଦୀ ପାର୍ଟି ପକ୍ଷରୁ ଲଢୁଛନ୍ତି ଆର.ପି ଯାଦବ । ଲକ୍ଷ୍ନୌ ସରୋଜିନୀ ନଗରରେ ପୂର୍ବତନ ଇଡି ଅଫିସର ରାଜେଶ୍ୱର ସିଂ ବିଜେପି ପ୍ରାର୍ଥୀ ହୋଇଥିବାବେଳେ ତାଙ୍କୁ ଟକ୍କର ଦେବେ ସମାଜବାଦୀ ପାର୍ଟିର ପୂର୍ବତନ ମନ୍ତ୍ରୀ ଅଭିଷେକ ମିଶ୍ରା । ତେବେ ବହୁଚର୍ଚ୍ଚିତ ଲଖିମପୁରରେ ଲଢ଼ୁଛନ୍ତି ବିଜେପିର ଯୋଗେଶ ଶର୍ମା । ତାଙ୍କୁ ଟକ୍କର ଦେବେ ସମାଜବାଦୀ ପାର୍ଟିର ଉତ୍କର୍ଷ ବର୍ମା ମଧୁର । ଉନ୍ନାଓ ଆସନରେ ଦୁଷ୍କର୍ମ ପୀଡ଼ିତାଙ୍କ ମା’ ଆଶା ସିଂ କଂଗ୍ରେସ ପକ୍ଷରୁ ଲଢୁଛନ୍ତି । ସେହିପରି ଆୟାସାହା ଆସନରେ ଲଢ଼ୁଛନ୍ତି ସମାଜବାଦୀ ପାର୍ଟି ରାଜ୍ୟସଭା ସାଂସଦ ବିଶ୍ୱମ୍ବର ପ୍ରସାଦ ନିଶାଦ । ଗତ ତିନୋଟି ପର୍ଯ୍ୟାୟରେ ୧୭୨ଟି ସିଟରେ ନିର୍ବାଚନ ସରିଥିବାବେଳେ ବିଜେପି ଆଉ ଥରେ ଡବଲ ଇଞ୍ଜିନ୍ ସରକାର ଗଢ଼ିବ ବୋଲି ଦାବି କରିଛି ।

Leave a Reply