ଏକନାଥ ସିନ୍ଦେ: ଅଟୋ ବାଲାରୁ ଅକୁଣ୍ଠ ଶିବସୈନିକଙ୍କ ନେତା..

1 min read

ନନ୍ଦିଘୋଷ ବ୍ୟୁରୋ: ଏକନାଥ ସାମ୍ବାଜୀ ସିନ୍ଦେ ବା ଏକନାଥ ସିନ୍ଦେ । ମହାରାଷ୍ଟ୍ର ମହାଭାରତର ମହାନାୟକ । ଉଦ୍ଧବ ସରକାର ପତନ ଘଟାଇବାକୁ ଯାଉଥିବା କଠୋର ଶିବ ସୈନିକ । ଅଟୋ ଚାଳକରୁ ଅକୁଣ୍ଠ ଅନୁଗାମୀଙ୍କ ନେତା । ଶିବସେନାର ସୁପ୍ରିମୋ ଉଦ୍ଧବ ହୋଇପାରନ୍ତି କିନ୍ତୁ ଶିବସୈନିକଙ୍କ ନେତା ଏକନାଥ । ତେବେ ସାଧାରଣ ପରିବାରରୁ ଜନ୍ମିତ ଏକନାଥ କେମିତି ବାଲା ସାହେବଙ୍କ ବିଶ୍ୱସ୍ତ ସାଜିଲେ । ଆଉ ହାଇଟେକ ସିଟି ମୁମ୍ବାଇରେ ରାଜନୌତିକ ମାଷ୍ଟରମାଇଣ୍ଡ ବନିଗଲେ ଦେଖନ୍ତୁ ଆମର ଏହି ସ୍ୱତନ୍ତ୍ର କାହାଣୀ- ‘ସିନ୍ଧେଙ୍କ ସାଙ୍ଘାତିକ ସତ’

ମାଟ୍ରିକ ହିଡ ଡେଇ ନାହାଁନ୍ତି । ପରିବାରର କଷାଘାତରେ ସ୍ଖୁଲ ଛାଡନ୍ତି । ଆଉ ଅଟୋ ଡ୍ରାଇଭର ସାଜନ୍ତି ଏକନାଥ ସାମ୍ବାଜୀ ସିନ୍ଧେ । ଶିବସେନା ନେତା ଆନନ୍ଦ ଦିଘେଙ୍କ ସହ ସମ୍ପର୍କ ହୁଏ । ଆଉ ଦିଘେଙ୍କ ବିଶ୍ୱସ୍ତ ସାଜନ୍ତି ସିନ୍ଧେ । ୧୯୮୦ ମସିହାରେ ଶିବସେନାର ପ୍ରାଥମିକ ସଦସ୍ୟତା ଗ୍ରହଣ କରନ୍ତି ଏକନାଥ । ପରେ କିଶନ ନଗର ଶାଖା ପ୍ରମୁଖ ସାଜନ୍ତି । ଜଣେ ସଚ୍ଚା ଶିବସୈନିକ ଭାବେ ଦଳ ପାଇଁ କାର୍ଯ୍ୟ କରିଚାଲନ୍ତି । ୨୦୦୦ ମସିହାରେ ପ୍ରଥମ ଥର ପାଇଁ ଦଳୀୟ ଟିକେଟରେ କର୍ପୋରେଟର ଭାବେ ନିର୍ବାଚିତ ହୁଅନ୍ତି ଏକନାଥ ସିନ୍ଧେ । ସେପଟେ ସିନ୍ଧେଙ୍କ ରାଜନୈତିକ ପରାକାଷ୍ଠା ଏବଂ ଦଳପ୍ରିତି ତାଙ୍କୁ କେଉଁଠି ନା କେଉଁଠି ବାଲାସାହେବଙ୍କ ପ୍ରିୟ ଭାଜନ କରେ । ପରବର୍ତ୍ତୀ ସମୟରେ ଶିବସେନାରେ ବଢେ ସିନ୍ଧେଙ୍କ କ୍ରେଜ ।

ସିନ୍ଧେଙ୍କ ରାଜନୈତିକ ଭବିଷ୍ୟତର ଉତଥାନ ସମୟରେ ମାଡି ଆସିଥିଲା ମହାପ୍ରଳୟ । ଏକ ଦୁର୍ଘଟଣା ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଥିଲା । କହିବାକୁ ଗଲେ ମାନସିକ ଭାରସ୍ୟମ ହରାଇ ବସିଲେ ସିନ୍ଧେ । ତିନି ସନ୍ତାନଙ୍କ ମଧ୍ୟରୁ ୨ ଜଣ ପାଣିରେ ବୁଡି ଯାଇଥିଲେ । ୨ ପୁତ୍ରଙ୍କ ଦେହାନ୍ତ ସିନ୍ଧେଙ୍କୁ ମର୍ମାହତ କରିଥିଲା । ଫଳରେ ରାଜନୀତିରୁ ଏକପ୍ରକାର ସନ୍ୟାସ ନେଇଯାଇଥିଲେ ସିନ୍ଧେ । ପରବର୍ତ୍ତୀ ସମୟରେ ସିନ୍ଧେଙ୍କ ଘନିଷ୍ଠ ତଥା ରାଜନୈତିକ ଗୁରୁ ଆନନ୍ଦ ଦିଘେଙ୍କ ପରାମର୍ଶ କ୍ରମେ ପୁନର୍ବାର ରାଜନିତୀକୁ ଏଣ୍ଟ୍ରି କରନ୍ତି । ପରିବାରର ଦଃଖକୁ ପାସୋରି ପୁଣି କାର୍ଯ୍ୟ କରିବା ଆରମ୍ଭ କରନ୍ତି । କିନ୍ତୁ ଏହି ସମୟରେ ପୁଣି ସିନ୍ଧେଙ୍କୁ ମିଳେ ଶକ୍ତ ଆଘାତ । ୨୦୦୧ ମସିହାରେ ଆନନ୍ଦ ଦିଘେଙ୍କ ମୃତ୍ୟୁ ଖବର ଆସେ । ଆନନ୍ଦଙ୍କ ରହସ୍ୟ ଜନକ ମୃତ୍ୟୁ ସିନ୍ଧେଙ୍କୁ ଚକିତ କରିଦିଏ । ସିନ୍ଧେଙ୍କ ମୁଣ୍ଡ ଉପରୁ ଆଶୀର୍ବାଦର ହାତ ଟି ଉଠିଯାଏ । ଧର୍ଯ୍ୟର ସହ ପରିସ୍ଥିତିକୁ ମୁକାବିଲା କରନ୍ତି । ଆଉ ରାଜନୀତିରେ ସାଜନ୍ତି ଚାଣକ୍ୟ ।

ମହାରାଷ୍ଟ୍ର ଅଟୋଷ୍ଟାଣ୍ଡରୁ ବାଲା ସାହେବଙ୍କ ବାସସ୍ଥାନ, ସବୁଠି ସୃଷ୍ଟି ହୁଏ ସ୍ୱତନ୍ତ୍ର ପରିଚୟ । ଅଭିଜ୍ଞତା-ଅନୁଭୂତି-ନିସ୍ୱାର୍ଥ ଓ ନିଷ୍ଠାପର କାର୍ଯ୍ୟ ଶିବସେନାରେ ଛାଡେ ସ୍ୱତନ୍ତ୍ର ଛାପ । ପ୍ରଥମଥର ପାଇଁ ୨୦୦୪ ମସିହାରେ ବିଧାନସଭା ନିମନ୍ତେ ସିନ୍ଧେଙ୍କୁ ପ୍ରାର୍ଥୀ କରେ ଶିବସେନା । ବିପୁଳ ବିଜୟ ରଚେ ରେକର୍ଡ । ମହାରାଷ୍ଟ୍ର ରାଜନୀତିରେ ସିନ୍ଦେଙ୍କ ସକ୍ସେସ ସାଜେ ଚର୍ଚ୍ଚା । ଲଗାତାର ୨୦୦୯, ୧୪ ଏବଂ ୧୯ ନିର୍ବାଚନରେ ମଧ୍ୟ ବାଜିଗର ସାଜନ୍ତି ସିନ୍ଦେ । ଏହାପରଠାରୁ ସିନ୍ଦେ ସାଜନ୍ତି ସୁପର ମ୍ୟାନ । ଯଦିବା ପୂର୍ବରୁ ବିଜେପି ଏବଂ ଶିବସେନା ନେତୃତ୍ୱରେ ସରକାର ଗଠନ ହୋଇଥିଲା । କିନ୍ତୁ ୨୦୧୯ରେ ଏଥିରେ ଦେଖିବାକୁ ମିଲିଥିଲା ବିରାଟ ବ୍ୟତିକ୍ରମ । ଆସନ ବୁଝାମୁଣାରେ ଦୁଇ ଦଳ ନିର୍ବାଚନ ବୈତରଣୀ ପାର ହୋଇଥିବାବେଳେ । ସରକାର ଗଠନ କରିବାକୁ ଉଭୟେ ସମର୍ଥ ଥିଲେ । କିନ୍ତୁ ପଦବୀର ଭାଗବଣ୍ଟା ଏବଂ ମୁଖ୍ୟମନ୍ତ୍ରୀ ଚୌକିର ମହାତାଣ୍ଡବ ଶିବସେନା – ବିଜେପି ଭିତରେ ସୃଷ୍ଟି କରିଥିଲା ଫାଟ । ଯେଉଁ ବିଚାରକୁ ନେଇ ବାଲା ସାହେବ ଶିବସେନାର ସୃଷ୍ଟି କରିଥିଲେ, ତାହାର ତ୍ରୁଟି କରିଥିଲେ ପୁତ୍ର ଉଦ୍ଧବ ଠାକେର । ବିଜେପିକୁ ଛାଡି NCP ଓ କଂଗ୍ରହେସର ହାତ ଧରିଥିଲେ ଉଦ୍ଧବ । କିନ୍ତୁ ଉଦ୍ଧବଙ୍କ ଏହି ନିଷ୍ପତିରେ ଖୁସ ନଥିଲେ ସିନ୍ଧେ । ଏନେଇ ଦଳର ସୁପ୍ରିମୋଙ୍କୁ ଚିଠି ଲେଖିଥିଲେ । ତଥାପି ଦଳର ବରିଷ୍ଠ ନେତା ସିନ୍ଦେଙ୍କ ଅସନ୍ତୋଷଙ୍କୁ ଦୃଷ୍ଟି ଆକ୍ଷେପ କରିନଥିଲେ । ଶାନ୍ତି କରିବାକୁ ପ୍ରତିବଦଳରେ ମନ୍ତ୍ରୀପଦ ଏବଂ ବିଧାୟକ ଦଳ ନେତା ପଦବୀ ଦିଆଯାଇଥିଲା ।

କିନ୍ତୁ ସେଦିନ ସିନ୍ଦେଙ୍କ ମନରେ କୁହୁଳିଥିବା ନିଆଁ ତିନି ବର୍ଷ ଜଳିବା ପରେ ବିସ୍ଫୋରଣ ଘଟାଇଛନ୍ତି । ଶିବସେନାର ସୁପ୍ରିମୋ ପରିବର୍ତ୍ତନ କରିବାକୁ ମାଷ୍ଟରପ୍ଲାନ ଆରମ୍ଭ କରିଛନ୍ତି । ସମୁଦାୟ ୫୫ ବିଧାୟକଙ୍କ ମଧ୍ୟରୁ ୪୦ରୁ ଅଧିକ ବିଧାୟକଙ୍କୁ ନେଇ ଗୌହାଟୀରେ କ୍ୟାମ୍ପ କରିଛନ୍ତି । ଉଦ୍ଧବଙ୍କ ବିରୋଧରେ ବିଦ୍ରୋହର ବହ୍ନି ପ୍ରଜ୍ୱଳିତ କରିଛନ୍ତି । ଆଉ ମହାଅଘାଡ଼ି ମେଣ୍ଟ ଭାଙ୍ଗି ପୁଣି ପଦ୍ମ ସହ ପାଦ ମିଶାଇ ବାଟ ଚାଲିବାକୁ ଇଶାରେ ଦେଇଛନ୍ତି ଏକନାଥ ସାମ୍ବାଜୀ ସିନ୍ଧେ ।