ରାଷ୍ଟ୍ରପତି ହେଲେ କେତେ ଟଙ୍କା ଦରମା ପାଇବେ ଦ୍ରୌପଦୀ ?

1 min read

ନନ୍ଦିଘୋଷ ବ୍ୟୁରୋ: ଭାରତର ୧୫ ତମ ମହାମହିମ ହେବାକୁ ଯାଉଛନ୍ତି ଓଡ଼ିଶା ଝିଅ ଦ୍ରୌପଦୀ ମୁର୍ମୁ  । ପ୍ରଥମ ଆଦିବାସୀ ଭାବେ ସମ୍ଭାଳିବେ  ସର୍ବୋଚ୍ଚ ପଦ  । ଗରିମାମୟ ପଦବୀରେ ଅଭିସିକ୍ତ ହେବେ ମୟୁରଭଞ୍ଜରେ ଜନ୍ମିତ ମୁର୍ମୁ  । ତେବେ ପ୍ରଥମ ଓଡିଆ ଝିଅ ରାଷ୍ଟ୍ରପତି ହେବାକୁ ଯାଉଥିବାବେଳେ ଓଡିଶାବାସୀଙ୍କ ମନରେ ଦେଖିବାକୁ ମିଳିଛି ଉତ୍ସାହ ଏବଂ ଉତ୍ସୁକତା  । ରାଷ୍ଟ୍ରପତି ହେବାପରେ ଦ୍ରୌପଦୀଙ୍କୁ ମିଳିବ କଣ ସବୁ ସୁବିଧା  । କେତେ ଜଣ ସୁରକ୍ଷାକର୍ମୀ ନିୟୋଜିତ ହେବେ ଏବଂ  ମାସକୁ କେତେ ଟଙ୍କା ପାଇବେ ଦରମା ?

ରାଷ୍ଟ୍ରପତି ଯଦିବା ଦେଶର ସର୍ବ୍ବୋଛ ସାମ୍ବିଧାନିକ ପଦବୀ  । କିନ୍ତୁ ଦରମା ଓ ଭତ୍ତାର ନିଷ୍ପତ୍ତି ସଂସଦ ନେଇଥାଏ  । ଅର୍ଥାତ ସାଂସଦ ମାନଙ୍କ ଅନୁମୋଦନ କ୍ରମେ ରାଷ୍ଟ୍ରପତିଙ୍କ ଦରମା ବୃଦ୍ଧି ଘଟିଥାଏ  । ଆଉ ଏହି କ୍ରମରେ ଦେଖିବାକୁ ଗଲେ ଭାରତର ରାଷ୍ଟ୍କପତିଙ୍କ ଦରମା ଏବେ ରହିଛି ୫ ଲକ୍ଷ ଟଙ୍କା  । ଅର୍ଥାତ ଭାବୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାସକୁ ପାଇବେ ୫ ଲକ୍ଷ ଟଙ୍କା  । ଏହାବାଦ ସମସ୍ତ ଗସ୍ତ, ଖାଦ୍ୟ  ପରିଧାନ ଏବଂ ପରିପାଟ୍ଟି ସରକାର ବହନ କରିଥାନ୍ତି  । କେବଳ ସେତିକି ନୁହେଁ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ସର୍ବଦା ନିୟୋଜିତ ରହିଥାନ୍ତି ସ୍ୱତନ୍ତ୍ର ଡାକ୍ତରୀ ଦଳ  ।

ରାଷ୍ଟ୍ପପତିଙ୍କ ଗସ୍ତ ପାଇଁ ଏକ ସ୍ୱତନ୍ତ୍ର ଗାଡି ଯୋଗାଇ ଦିଆୟାଇଥାଏ  । ଏହା ସହିତ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଏକଦମ କଡ଼ାକଡ଼ି ରହିଥାଏ । ଏବଂ ସମସ୍ତ ଗାଡିରେ ସୁରକ୍ଷାକର୍ମୀ ଏବଂ ସୁରକ୍ଷା ବ୍ୟବସ୍ଥା ରହିଥାଏ । ସୁରକ୍ଷା ପାଇଁ କଷ୍ଟମ-ବିଲ୍ଟ ବ୍ଲାକ ମର୍ସିଡିଜ ବେଞ୍ଚ ଏସ୬୦୦ ପୁଲମୃାନ ଗାର୍ଡର ବ୍ୟବସ୍ଥା ରହିଛି । ରାଷ୍ଟ୍ରପତିଙ୍କ ସହ ସୁସଜ୍ଜିତ ଅସ୍ତ୍ରଶସ୍ତ୍ର ଗାଡି ଲିମୋଜିନ ବି ରହିଛି  ।

ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଶେଷ ହେଲା ପରେ ଭତ୍ତା ମଧ୍ୟ  ମିଳିଥାଏ । ଭତ୍ତା ଆକାରରେ ଭାରତ ସରକାର ମାସିକ ଦେଢ ଲକ୍ଷ ଟଙ୍କା ପ୍ରରାଦନ କରିଥାନ୍ତି  । ଏହାବାଦ୍ ମାଗଣା ଚିକିତ୍ସା ମିଳିଥାଏ । ସେହିପରି ରାଷ୍ଟ୍ରପତିଙ୍କ  ନୋମିନୀଙ୍କୁ ମାସିକ ୩୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଥାଏ ।  ଅବସର ପରେ ମଧ୍ୟ ରାଷ୍ଟପତିଙ୍କୁ ମାଗଣା ବିମାନ ସେବା ମିଳିଥାଏ  ।