ୟୁନେସ୍କୋର ୱାଲ୍ଡ ହେରିଟେଜ ଲିଷ୍ଟରେ ହଡପ୍ପା ଯୁଗର ସହର

1 min read

ନୂଆଦିଲ୍ଲୀ: ଗୁଜୁରାଟର ହରପ୍ପା ଯୁଗର ସହର ଧୋଲାଭିରା ୟୁନେସ୍କୋର ୱାଲ୍ଡ ହେରିଟେଜ ତାଲିକାରେ ସ୍ଥାନ ପାଇଛି। ମିଳିତ ଜାତିସଂଘ ସଂଗଠନ ମଙ୍ଗଳବାର ଦିନ ଏହି ସୂଚନା ଦେଇଛି। ମିଳିତ ଜାତିସଂଘର ଶିକ୍ଷା, ବୖେଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ (ୟୁନେସ୍କୋ) ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏପର୍ଯ୍ୟନ୍ତ ଭାରତର ମୋଟ ୪୦ଟି ସ୍ଥାନ ବିଶ୍ୱ ଐତିହ୍ୟରେ ସାମିଲ ହୋଇଛି।

ୟୁନେସ୍କୋର ଟୁଇଟ୍ ଅନୁଯାୟୀ, ‘‘ଧୋଲାଭିରା: ଭାରତର ଏକ ହରପ୍ପା ସହର ବିଶ୍ୱ ଐତିହ୍ୟ ତାଲିକାରେ ଯୋଡି ହୋଇଛି। ଅଭିନନ୍ଦନ! ‘ ଗୁଜୁରାଟର ପାଭଗଡ ନିକଟ ଚମ୍ପାନର୍, ପାଟନର ରାନୀ କି ଭାଭ୍ ଏବଂ ଅହମ୍ମଦାବାଦ ଭଳି ତିନୋଟି ସହର ବିଶ୍ୱ ଐତିହ୍ୟ ସ୍ଥଳରେ ସାମିଲ ହୋଇଛି ।

ବିଶ୍ୱ ଐତିହ୍ୟ କମିଟିର ଏହି ଅଧିବେଶନ ଅନଲାଇନରେ ଚୀନ୍‌ର ଫୁଜୋରେ କରାଯାଉଛି। ଏହା ଜୁଲାଇ ୧୬ରେ ଆରମ୍ଭ ହୋଇଥିଲା ବେଳେ ଜୁଲାଇ ୩୧ରେ ଶେଷ ହେବାକୁ ଯାଉଛି । ଏନେଇ ସଂସ୍କୃତି ମନ୍ତ୍ରୀ ଜି କିଶନ ରେଡ୍ଡୀ ଟୁଇଟ କରି ଖୁସିବ୍ୟକ୍ତ କରିଥିବା ବେଳେ ପ୍ରଧାନମନ୍ତ୍ରୀ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ପାଠ ପଢୁଥିବା ସମୟରେ ସେ ପ୍ରଥମ ଥର ପାଇଁ ଧୋଲାଭିରା ଯାଇଥିଲେ। ପରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ସେ ଧୋଲାଭିରାର ସଂରକ୍ଷଣ ପାଇଁ ବହୁ କାମ କରିଥିଲେ ।

କିଛି ଦିନ ପୂର୍ବେ ୟୁନେସ୍କୋ ତେଲେଙ୍ଗାନାର ୱାରଙ୍ଗଲର ପାଲମ୍ପେଟରେ ଥିବା ରାମପ୍ପା ମନ୍ଦିରକୁ ବିଶ୍ୱ ଐତିହ୍ୟ ସ୍ଥଳ ଭାବରେ ସ୍ୱୀକୃତି ଦେଇଥିଲା। ରାମପ୍ପା ମନ୍ଦିର ୧୩ତମ ଶତାବ୍ଦୀରେ ନିର୍ମିତ ହୋଇଥିଲା ବେଳେ ଏହା ସ୍ଥାପତ୍ୟ ରାମପ୍ପାଙ୍କ ନାମରେ ନାମିତ ହୋଇଥିଲା । ୨୦୧୯ ପାଇଁ ସରକାରଙ୍କ ପକ୍ଷରୁ ଏହାକୁ ବିଶ୍ୱ ଐତିହ୍ୟ ସ୍ଥଳ ଭାବରେ ମାନ୍ୟତା ପାଇଁ ୟୁନେସ୍କୋକୁ ପ୍ରସ୍ତାବ ଦିଆଯାଇଥିଲା।

Leave a Reply