ଅଣ୍ଡାମାଡ଼ କରିଥିବା ୩ ବିଜେପି ଯୁବ ନେତା ଗିରଫ, ବିଜେପିର ହୀନ ରାଜନୀତିକୁ ରାଜ୍ୟ କରୁଛି ନିନ୍ଦା
1 min readପୁରୀ: ମୁଖ୍ୟନ୍ତ୍ରୀଙ୍କୁ ଅଣ୍ଡାମାଡ଼ କରିଥିବା ବିଜେପି ଯୁବ ନେତାଙ୍କ ନାଁରେ ଋଜୁ ହେଲା ମାମଲା । ମୁଖ୍ୟମନ୍ତ୍ରୀ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପୁରୀ ଗସ୍ତ କରିଥିବାବେଳେ ଫେରିବା ସମୟରେ ଅଣ୍ଡାମାଡ଼ କରିଥିଲେ ପୁରୀର ବିଜେପି ଯୁବ ନେତା । ପୋଲିସ ଏହି ମାମଲାରେ ତିନି ଜଣଙ୍କୁ ଉଠାଇ ନେଇ ଅଟକ ରଖିଥିଲା । ପରେ ପୁରୀ ପୋଲିସ ବିଭିନ୍ନ ଦପା ଲଗାଇବା ସହ ଏହି ତିନି ଜଣଙ୍କୁ କୋର୍ଟ ଫରୱାର୍ଡ କରିଛି ।
ତିନି ଜଣଙ୍କ ବିରୋଧରେ ଆଇପିସିର ବିଭିନ୍ନ ମାମଲା ରୁଜୁ କରାଯିବା ସହ ପୁରୀ ପୋଲିସ ଗିରଫ କରିଛି । IPCର ଧାରା 294, 341, 353, 332, 336, 506, ଏବଂ ୩୪ ଲଗାଯାଇଛି । ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ପୂର୍ବରୁ ପୁରୀ ସିଦ୍ଧମହାବୀର ଅଞ୍ଚଳର ଜୟନ୍ତ ଦାସଙ୍କ ବିରୋଧରେ ଅନେକ ଅଭିଯୋଗ ରହିଛି । ହସ୍ପିଟାଲରେ ବଡ଼ ଧରଣର ଗଣ୍ଡଗୋଳ କରି ଚର୍ଚ୍ଚାକୁ ଆସିଥିଲେ । ଏହି ମାମଲାରେ ଏବେ ବି ବିଚାରଧିନ ରହିଛି । ଅନ୍ୟଜଣେ ଅଭିଯୁକ୍ତ ପ୍ରଦୀପ ପରିଡା ତାଙ୍କ ବିରୋଧରେ ପୂର୍ବରୁ ୪ଟି ସଙ୍ଗୀନ ମାମଲା ବିଚାରଧିନ ରହିଛି । ୨୦୦୮ରେ ଏକ ଘଟଣାରେ ତାଙ୍କର ସମ୍ପୃକ୍ତି ମଧ୍ୟ ଥିଲା ।
ଏହାର ଚାର୍ଜସିଟ୍ ମଧ୍ୟ ଫାଇଲ ହୋଇଥିଲା । ଏଥିସହ ସେହିବର୍ଷ ଏକ ଡକାୟତୀ ମାମଲାରେ ମଧ୍ୟ ପ୍ରଦୀପଙ୍କ ସମ୍ପୃକ୍ତି ଥିଲା । ୨୦୦୯ ଏବଂ ୨୦୧୫ରେ ମଧ୍ୟ ତାଙ୍କ ବିରୋଧରେ ସଙ୍ଗୀନ ଅପରାଧିକ ମାମଲା ରୁଜୁ ହୋଇଥିଲା । ଅନ୍ୟ ଜଣ ଅଭିଯୁକ୍ତ ସତ୍ୟବାଦୀ ବିଭୁତି ରଥଙ୍କ ବିରୋଧରେ ମଧ୍ୟ ୨୦୧୬ରେ ଏକ ମାମଲାରେ ସମ୍ପୃକ୍ତି ନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ବିରୋଧ ନାଁରେ ବିରୋଧୀ ବିଜେପିର ଏଭଳି ଆଚରଣକୁ ସବୁଠି ନିନ୍ଦା କରାଯାଇଛି ।