spot_img

Latest Posts

ମାଓବାଦୀଙ୍କ ପରେ ଏବେ ଓଡ଼ିଶାକୁ ଆତଙ୍କବାଦୀ

ମାଓବାଦୀ ପରେ ଏବେ ଓଡ଼ିଶାରେ ଆତଙ୍କବାଦ ଚିନ୍ତା । କୋର୍ଟ, ପାସପୋର୍ଟ ଅଫିସ, ଲୋକସେବା ଭବନର କନଭେନସନ ହଲକୁ ବୋମା ଧମକ ପରେ ଅଣ୍ଟା ଭିଡ଼ିଲା ଓଡ଼ିଶା ପୋଲିସ । ବାଂଲାଦେଶୀ, ସାଇବର ଅପରାଧ ଓ ଆତଙ୍କୀ ଲିଙ୍କରେ ଭୁବନେଶ୍ୱରରୁ ଯୁବକ ଧରାହେବା ପରେ ଗଠନ ହେବ ATS ବା ଆଣ୍ଟି ଟେରରିଷ୍ଟ ସ୍କ୍ବାଡ । ଏନେଇ ବଛାବଛା କମାଣ୍ଡୋଙ୍କୁ ଦିଆଯାଉଛି ଟ୍ରେନିଂ ।ନକ୍ସଲ ଦମନ ପରେ ଏବେ ଆତଙ୍କବାଦୀ ମୁକାବିଲା । ଓଡ଼ିଶାରେ ଗଠନ ହେବ ଆଣ୍ଟି ଟେରରିଷ୍ଟ ସ୍କ୍ବାଡ । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ହେବ ବ୍ୟାପକ ବ୍ୟବହାର । ମାଓ ଦମନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିବା ପରେ ଏବେ ଓଡ଼ିଶା ପୋଲିସକୁ ଆତଙ୍କୀ ଦମନ ଚିନ୍ତା ଘାରିଛି । ରାଜ୍ୟ ପୋଲିସ ପକ୍ଷରୁ ଏନେଇ ଖୋଲିବ ଆଣ୍ଟି ଟେରରିଷ୍ଟ ସ୍କ୍ବାଡ । ରାଜ୍ୟରେ ବଢୁଥିବା ଆତଙ୍କୀ କାର୍ଯ୍ୟକଳାପ ରୋକିବାକୁ ସ୍କ୍ୱାଡ ଗଠନ ହେଉଥିବା ନେଇ ସୂଚନା ଦେଇଛନ୍ତି ଡିଜିପି । ପୂର୍ବରୁ SOG, SIW DVF ଓ ଅନ୍ୟାନ୍ୟ ସୁରକ୍ଷାକର୍ମୀଙ୍କୁ ନେଇ ମାଓ ଦମନ କାମରେ ଲଗାଯାଇଥିବା ବେଳେ ଏବେ ସ୍କ୍ବାଡ ରେ ନିୟୋଜିତ ହେଉଛନ୍ତି ବଛାବଛା ଅଫିସର । ଅଜ୍ଞାତ ସ୍ଥାନରେ ଦିଆଯାଉଛି ସ୍ପେଶାଲ ଟ୍ରେନିଂ। ଏଥିପାଇଁ ସ୍ବରାଷ୍ଟ୍ର ମନ୍ତ୍ରାଳୟର ଅନୁମତି ମିଳିଥିବା ବେଳେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ କମାଣ୍ଡୋଙ୍କୁ ଦିଆଯାଉଛି ତାଲିମ । ଦେଶଦ୍ରୋହ ସମ୍ପର୍କିତ ଘଟଣା ହେଲେ ପୂର୍ବରୁ NIA ତଦନ୍ତ ତଦନ୍ତଭାର ନେଉଥିଲା । କିଛିମାସ ତଳେ ଆଜାଦନଗର ବୋମା ବିସ୍ଫୋରଣ ହେଉ, କିମ୍ବା ବିଦେଶୀ ଯୁବତୀଙ୍କୁ ଆଣି ଏସ୍କର୍ଟ ସର୍ଭିସ । ଅଥବା ଆତଙ୍କୀ ଲିଙ୍କରେ ସାଇବର ଅପରାଧୀ ଧରାହେବା । ଏସବୁ ଘଟଣା ତଦନ୍ତକାରୀ ସଂସ୍ଥାର ମୁଣ୍ଡବିନ୍ଧାର କାରଣ ପାଲଟିଛି । ଠିକ ସମାନ ଢଙ୍ଗରେ କୋର୍ଟ, ପାସପୋର୍ଟ ଅଫିସ , ଲୋକସେବା ଭବନ କନଭେନସନରେ ବୋମା ଗୁଜବରେ ମଧ୍ୟ ଅଭିଯୁକ୍ତକୁ ଧରିପାରିନି ପୋଲିସ । ଏଭଳି କ୍ଷେତ୍ରରେ ATS ସମ୍ପୃକ୍ତ ତଦନ୍ତକାରୀ ସଂସ୍ଥାକୁ ସାହାଯ୍ୟ କରିବା ସହ ଆତଙ୍କୀ ଲିଙ୍କ ନେଇ ଓଡ଼ିଶା ପୋଲିସକୁ ମିଳିପାରବ ବଡ଼ ସୁରାକ । ଡିଜିପିଙ୍କ କାର୍ଯ୍ୟକାଳ ଆସନ୍ତା ୧୬ ତାରିଖରେ ସରୁଛି । ଏହା ପୂର୍ବରୁ ଆଣ୍ଟି ନାର୍କୋଟିକ୍ସ ଓ ରୋଡ଼ ସେଫ୍ଟି ଉଇଙ୍ଗ ଗଠନ ପ୍ରସ୍ତାବ ସ୍ୱାଗତ ଯୋଗ୍ୟ ବୋଲି ସୂଚନା ଦେଇଛନ୍ତି ରାଜ୍ୟବାସୀ ।

Latest Posts

Don't Miss