ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ ପୁଣି ଜନ୍ମ ନେଲେ ଯୋଡ଼ା ଶିଶୁକନ୍ୟା

ସମ୍ବଲପୁର: ପୁଣି ଜନ୍ମ ନେଲେ ଯୋଡ଼ା ଶିଶୁ । ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନ୍ମ ନେଇଛନ୍ତି ଯୋଡା ଶିଶୁକନ୍ୟା । ରେଙ୍ଗାଲି ଅଞ୍ଚଳର ଦମ୍ପତ୍ତିଙ୍କର ଏଭଳି ଯୋଡା ଶିଶୁ ଜନ୍ମ ହୋଇଛନ୍ତି । ଯୋଡ଼ା ଶିଶୁକନ୍ୟା ଜନ୍ମରୁ ଆରମ୍ଭ ହୋଇଛି ଜୀବନ ଯନ୍ତ୍ରଣା । ସମ୍ବଲପୁର ଜିଲ୍ଲାରେ ଏହା ପ୍ରଥମ ଘଟଣା ହୋଇଥିବାବେଳେ ଏ ଦୃଶ୍ୟ ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି । ଏହି ଶିଶୁ ଦୁଇଙ୍କର ମୁଣ୍ଡ ଅଲଗା ରହିଥିବା ବେଳେ ଛାତିରୁ ପେଟ ଲାଗି ରହିଛି । ଗତକାଲି ରାତିରେ ଯୋଡା ଶିଶୁ ଜନ୍ମ ହୋଇଥିବାବେଳେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ତେବେ ଗୁରୁତର ଅବସ୍ଥାରେ ଏହି ଯୋଡା ଶିଶୁକନ୍ୟାଙ୍କୁ ବୁର୍ଲା ଡାକ୍ତରଖାନାକୁ ନିଆଯିବ ବୋଲି ସୂଚନା ମିଳିଛି ।