ଭାରତୀୟ ମହିଳା ହକି ଦଳକୁ ଟୋକିଓ ଟିକେଟ୍

1 min read

ଭୁବନେଶ୍ୱର: ଭାରତୀୟ ମହିଳା ହକି ଦଳକୁ ମିଳିଲା ଟୋକିଓ ଅଲିମ୍ପିକ ଟିକେଟ। ୨୦୨୦ରେ ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ ହକି ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଛି ଭାରତୀୟ ଟିମ୍ । ଚତୁର୍ଥ କ୍ୱାର୍ଟରରେ ଅଧିନାୟିକା ରାଣୀ ରାମପାଲ ଏକ ଚମତ୍କାର ଗୋଲ୍ ଦେଇ ଭାରତକୁ ଅଲିମ୍ପିକ ଟିକେଟ ଭେଟି ଦେଇଛନ୍ତି। ମ୍ୟାଚରେ ଭାରତ ଆମେରିକା ବିପକ୍ଷରେ ୪-୧ ଗୋଲରେ ପରାଜୟ ସତ୍ତ୍ୱେ ଅଲିମ୍ପିକ ଟିକେଟ୍ ହାତେଇଛି ଟିମ୍ ଇଣ୍ଡିଆ। ମ୍ୟାଚ ଆରମ୍ଭରୁ ଆମେରିକା ଖେଳାଳି ଆକର୍ଷଣୀୟ ପ୍ରଦର୍ଶନ ଜାରି ରଖିଥିଲେ।

ପୂର୍ବ ମ୍ୟାଚରେ ଥିବା ଦୋଷ ତ୍ରୁଟିକୁ ଭୂଲି ନୂତନ ରଣକୌଶଳ ସହ ଭାରତ ଗୋଲ ପୋଷ୍ଟକୁ ବାରମ୍ବାର ଆଟାକ କରିଥିଲେ ଆମେରିକା ଖେଳାଳି। ଭାରତ ବିପକ୍ଷରେ ପ୍ରଥମ କ୍ୱାର୍ଟରରେ ଆମେରିକା ୨ଟି ଗୋଲ ସ୍କୋର କରିଥିବା ବେଳେ ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଆଉ ଦୁଇଟି ଗୋଲ କରିଥିଲା । ତୃତୀୟ କ୍ୱାର୍ଟର ସୁଦ୍ଧା ୪-୦ ଗୋଲରେ ଅଗ୍ରଣୀ ଲାଭ କରିଥିବା ଆମେରିକା କିନ୍ତୁ ୪ର୍ଥ କ୍ୱାର୍ଟରରେ ଡିଫେନ୍ସ ମୋଡ଼କୁ ଆସିଯାଇଥିଲା। ଏହାର ଫାଇଦା ନେଇ ଭାରତ ଏକ ଗୋଲ ଦେବାରେ ସକ୍ଷମ ହୋଇଥିଲା।

')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.