ଡିଜିଟାଲ ଶିକ୍ଷାଦାନ ପ୍ରଣାଳୀରେ ପ୍ରଶିକ୍ଷକମାନଙ୍କ ପାଇଁ  ଟିସିଏସ୍ ଆଇଓଏନ୍ ଗ୍ଲାସରୁମ୍ ଏଜୁକେସନ୍

ଭୁବନେଶ୍ୱର : ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଯ଼ୋଡି ହେବାକୁ ଯ଼ାଉଛି ନୂଆ ଅଧ୍ୟାୟ । ଏ କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ସହଯୋଗ କରିବ ଟାଟା କନ୍ସଲଟାନ୍ସିଂ ସର୍ଭିସ(ଟିସିଏସ୍) । ଟିସିଏସ୍ ସହଭାଗିତାରେ ଆରମ୍ଭ ହେବାକୁ ଯାଉଛି ଟିସିଏସ୍ ଆଇଓଏନ୍ ଗ୍ଲାସରୁମ୍ ଏଜୁକେସନ୍ । ଏହି କାର୍ଯ୍ୟକ୍ରମକୁ କ୍ୟାରିୟର ଏଜ୍ ଫର ଟିଚର୍ସ ବୋଲି କୁହାଯାଇଛି । ଏହା ମାଧ୍ୟମରେ ବିଦ୍ୟାର୍ଥୀଙ୍କୁ ପ୍ରଶିକ୍ଷଣ ଦେଉଥିବା ପ୍ରଶିକ୍ଷକମାନଙ୍କୁ ଦିଆଯିବ ତାଲିମ । ରାଜ୍ୟର ୨୧୪ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ୧୦୧ ଉତ୍କର୍ଷ କେନ୍ଦ୍ରରେ ଶିକ୍ଷାଦାନ ଦେଉଥିବା ପ୍ରଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି କରିବ ଏହି କାର୍ଯ୍ୟକ୍ରମ ।

ବିଶେଷ କରି ସାମ୍ପ୍ରତିକ ସ୍ଥିତିରେ ଆବଶ୍ୟକତା ପାଲଟିଥିବା ଡିଜିଟାଲ ଶିକ୍ଷାଦାନ ପଦ୍ଧତିକୁ ଆହୁରି ସରଳୀକରଣ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । କ୍ୟାରିୟର ଏଜ୍ ଫର ଟିଚର୍ସ ମାଧ୍ୟମରେ ଶିକ୍ଷକମାନଙ୍କୁ ୧୫ଦିନିଆ ମାଗଣା ପ୍ରଶିକ୍ଷଣ ଦିଆଯିବ । ଡିଜିଟାଲ ପଦ୍ଧତିକୁ ଭଲଭାବରେ ଜାଣିବା ସହ ନୂତନ ପଦ୍ଧତିରେ ଶିକ୍ଷକମାନଙ୍କୁ ଅଭ୍ୟସ୍ତ କରିବା ଏହାର ମୂଳ ଉଦ୍ଦେଶ୍ୟ । ଏହା ଏକ ପ୍ରକାର ମୁକ୍ତ ଶିକ୍ଷା । ଶିକ୍ଷକମାନେ ନିଜ ନିଜ ସୁବିଧା ଅନୁସାରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମାପ୍ତ କରିପାରିବେ । ଟିସିଏସ୍ ପକ୍ଷରୁ କମ୍ପାନୀର ସାମାଜିକ ଦାୟିତ୍ୱ ସମ୍ପର୍କିତ କାର୍ଯ୍ୟକ୍ରମ ଅଧିନରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଛି ।

ପାରମ୍ପରିକ ଶିକ୍ଷାଦାନ ପ୍ରଣାଳୀରୁ ଏହା ଅତ୍ୟନ୍ତ ଭିନ୍ନ । ଟିସିଏସ୍ ଆଇଓଏନ୍ ଡିଜିଟାଲ କ୍ଲାସରୁମ ମାଧ୍ୟମରେ ବିଦ୍ୟାଳୟଗୁଡିକରେ ଶିକ୍ଷାଦାନ କରାଯିବ । ମୁଖ୍ୟତଃ ଏହି ବ୍ୟବସ୍ଥାରେ ରିୟଲ ଟାଇମ ପଦ୍ଧତିରେ ଛାତ୍ରଛାତ୍ରୀମାନେ ସେମାନଙ୍କ ସ୍କୁଲ ସମ୍ବଦ୍ଧାୟ ପାଠ୍ୟକ୍ରମ, ଭିଡିଓ, ୱାର୍କସିଟ୍ ଏବଂ କୌଣସି ବିଷୟକୁ ଅନୁଧ୍ୟାନ ମଧ୍ୟ କରିପାରିବେ । ଏହି ପ୍ରଣାଳୀରେ ଛାତ୍ରଛାତ୍ରୀଙ୍କ ସହ ପ୍ରଶିକ୍ଷକମାନେ ଭାବବିନିମୟ ଭିତ୍ତିକ କାର୍ଯ୍ୟକ୍ରମ, କୌଣସି ବିଷୟର ସର୍ବେକ୍ଷଣ ଇତ୍ୟାଦି କରିପାରିବେ ।

 

Leave a Reply