ନିର୍ବାଚନ ପୂର୍ବରୁ ରେଡ, SP ନେତାଙ୍କ ଘରେ ଆୟକର ବିଭାଗର ଛାନଭିନ୍

1 min read

ଲକ୍ଷ୍ନୌ: ଆସନ୍ତା ବର୍ଷ ଉତ୍ତରପ୍ରଦେଶ ସମେତ ୫ଟି ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ୟୁପି ନିର୍ବାଚନ ପୂର୍ବରୁ ହୋଇଛି ଆୟକର ବିଭାଗର ରେଡ । ଉତ୍ତରପ୍ରଦେଶ ସମାଜବାଦୀ ପାର୍ଟିର ରାଷ୍ଟ୍ରିୟ ସମ୍ପାଦକ ତଥା ମୁଖପାତ୍ର ରାଜୀବ ରାୟଙ୍କ ଘରେ ଆୟକର ରେଡ । ଉତ୍ତରପ୍ରଦେଶ ମାଉ ଜିଲ୍ଲାରେ ଥିବା ରାଜୀବଙ୍କ ବାସଭବନରେ ଏହି ରେଡ ହୋଇଛି । ରାଜୀବ ହେଉଛନ୍ତି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ସହଯୋଗୀ ଏବଂ ସମାଜବାଦୀ ପାର୍ଟିର ରାଷ୍ଟ୍ରିୟ ସମ୍ପାଦକ ।

ରାଜୀବ ରାୟଙ୍କ ବ୍ୟତୀତ ମଇନପୁରୀରେ ଥିବା ଅନ୍ୟ ଜଣେ ସମାଜବାଦୀ ପାର୍ଟି ନେତାଙ୍କ ଘରେ ଆଇଟି ରେଡ ହୋଇଛି । କର୍ଣ୍ଣାଟକରେ ରାଜୀବଙ୍କ କେତେକ ଶିକ୍ଷାନୁଷ୍ଠାନ ରହିଛି । ପ୍ରତିକ୍ରିୟାରେ ରାଜୀବ କହିଛନ୍ତି କି କର୍ଣ୍ଣାଟକରେ ତାଙ୍କର କିଛି ଶିକ୍ଷାନୁଷ୍ଠାନ ରହିଛି । ତାଙ୍କର କୌଣସି କଳା ଧନ ନାହିଁ କିମ୍ବା ଅପରାଧିକ ପୃଷ୍ଠଭୂମି ନାହିଁ । ରାଜନୈତିକ ଅସୂୟାଭାବ ରଖି ଏହି ରେଡ୍ କରାଯାଇଛି । ଗତ ୨୦୧୪ରେ ରାଜୀବ ରାୟ ଘୋସୀ ଲୋକସଭା ଆସନରୁ ପ୍ରାର୍ଥି ହୋଇଥିଲେ । ସେ ସମାଜବାଦୀ ପାର୍ଟିର ସାଧାରଣ ସମ୍ପାଦକ ଥିବା ସହ ପାର୍ଟିର ମୁଖପାତ୍ର ଅଛନ୍ତି । ୨୦୧୨ରେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ସରକାର ଆସିବା ମୂଳରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ସେପଟେ ଅଖିଳେଶଙ୍କ ଅନ୍ୟତମ ସହଯୋଗୀ ତଥା ଯାଦବ ପରିବାରର ସମ୍ପର୍କୀୟ ମନୋଜ ଯାଦବଙ୍କ ଘରେ ମଧ୍ୟ ଆଇଟି ରେଡ ହୋଇଛି । ତାଙ୍କର ଆରସିଏଲ ଗ୍ରୁପ ଅଫ କମ୍ପାନୀ ରହିଛି । ଉତ୍ତରପ୍ରଦେଶରେ ଆରମ୍ଭ ହୋଇଥିବା କେତେକ ପ୍ରକଳ୍ପକୁ ନେଇ ସେ ସମାଲୋଚନା କରିଥିଲେ । ଯେଉଁଥି ପାଇଁ ତାଙ୍କ ଘରେ ଆଇଟି ରେଡ ହୋଇଛି ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି ।

Leave a Reply