ଏଣିକି ଆଫଗାନିସ୍ତାନରେ ଦାଢ଼ି କାଟି ପାରିବେନି ପୁରୁଷ, ବିଜ୍ଞପ୍ତି ଜାରି କଲା ତାଲିବାନ

କାବୁଲ: ଆଫଗାନିସ୍ତାନରେ ନାରୀଙ୍କ ପରେ ଏବେ ପୁରୁଷଙ୍କ ଉପରେ ନୂଆ ନିୟମ ଲାଗୁ । ଏଣିକି ଆଉ ଦାଢ଼ି କାଟିପାରିବେନି ପୁରୁଷ । ଆଫଗାନିସ୍ତାନର ହେଲମାଣ୍ଡ ପ୍ରଦେଶରେ ପୁରୁଷଙ୍କୁ ଦାଢ଼ି ନକାଟିବାକୁ ବାରଣ କରାଯାଇଛି । କାରଣ ଦାଢ଼ି କାଟିବା ଦ୍ବାରା ଇସଲାମ ନିୟମକୁ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ କରିଛନ୍ତି ତାଲିବାନୀ । ଏଥିଲାଗି ତାଲିବାନ ବିଜ୍ଞପ୍ତି ଜାରି କରିଥିବା ଜଣାପଡ଼ିଛି । ମିଡ଼ିଆ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ହେଲମାଣ୍ଡ ପ୍ରଦେଶରେ ଷ୍ଟାଇଲିସ୍ ହେୟାର ଷ୍ଟାଇଲ ସହ ଦାଢ଼ି ନକାଟିବାକୁ ବାରଣ କରାଯାଇଛି ।

ତାଲିବାନ ଜାରି କରିଥିବା ନିୟମ ଅନୁସାରେ, ଇସଲାମିକ ଓରିଏଣ୍ଟେସନ୍ ମନ୍ତ୍ରଣାଳୟର ଅଧିକାରୀମାନେ ଏନେଇ ଏକ ବୈଠକ କରାଇଥିଲେ । ଯେଉଁଥିରେ ଏପରି ଏକ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ତାହା ସହ ସୋସିଆଲ ନେଟୱାର୍କରେ ପ୍ରସାର କରାଯାଇଥିବା ଏହି ଆଦେଶରେ ସେଲୁନ୍ ପରିସରରେ ଗୀତ ନ ବଜାଇବା ପାଇଁ ମଧ୍ୟ ବାରଣ କରାଯାଇଥିବା କୁହାଯାଇଛି ।

Leave a Reply