ଆଖୁ ଚାଷ କମିବା ପ୍ରସଙ୍ଗକୁ ନେଇ ବିଧାନସଭାରେ ସମବାୟ ମନ୍ତ୍ରୀଙ୍କୁ ଘେରିଲେ ଶାସକ ଓ ବିରୋଧୀ

1 min read

ରାଜ୍ୟରେ ରୁଗ୍‌ଣ ଅବସ୍ଥାରେ ପଡିଥିବା ଚିନି କଳ ପାଇଁ ଆଖୁ ଚାଷ କମୁଛି। ଏନେଇ ବିଧାନସଭାରେ ସମବାୟ ମନ୍ତ୍ରୀଙ୍କୁ ଘେରିଥିଲେ ଉଭୟ ଶାସକ ଓ ବିରୋଧୀ । ତେବେ କେହି ଚିନି କଳ କିଣିବାକୁ ରାଜି ନହେବାରୁ ଏଭଳି ସ୍ଥିତି ଉପୁଜିଥିବା ବିଭାଗୀୟ ମନ୍ତ୍ରୀ କହିଛନ୍ତି ।

ବିଧାନସଭାରେ ଉଠିଲା ବନ୍ଦ ରହିଥିବା ଚିନି କଳର ପୁନରୁଦ୍ଧାର ପ୍ରସଙ୍ଗ । ଏହି ଆଲୋଚନାର ଉତ୍ତର ରଖିଛନ୍ତି ସମବାୟ ମୃନ୍ତ୍ରୀ। ଏକ କିଲୋ ଚିନି ଉତ୍ପାଦନ ପାଇଁ ୪୭ରୁ ୪୮ ଟଙ୍କା ଖର୍ଚ୍ଚ ହେଉଛି । ହେଲେ ୩୨ ଟଙ୍କାରେ ଚିନି ବିକ୍ରି ହେଉଥିବାରୁ କ୍ଷତିରେ ହେଉଛି । ବିଭାଗୀୟ ସମନ୍ୱୟ ନେଇ ବିଜେପି ବିଧାୟକ ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ସମବାୟ ମୃନ୍ତ୍ରୀ।

ଏବେ ନଜର ପକାଇବା ରାଜ୍ୟରେ ଥିବା ଚିନି କଳଗୁଡ଼ିକର ବାସ୍ତବ ଚିତ୍ର ଉପରେ । 8ଟି ବୃହତ ଚିନିଶିଳ୍ପରୁ ଆସିକା ଓ ଢେଙ୍କାନାଳରେ ଥିବା ଚିନି କାରଖାନା କାର୍ଯ୍ୟକ୍ଷମ ରହିଛି। ବଲାଙ୍ଗିର ବିଜୟାନନ୍ଦ ଚିନି କାରଖାନା ଉପରେ ଥିବା ବକେୟା ଋଣ ପରିଶୋଧ ଲାଗି ନିଲାମି ଜାରି ରହିଛି ପ୍ରକ୍ରିୟା । ୨୦୧୪-୧୫ରୁ ଆଖୁ ପେଡ଼ା ବନ୍ଦ ରହିଛି। ସେହିପରି ବରଗଡ଼ରେ ଆଖୁ, କଞ୍ଚାମାଲ ଓ ଯ଼ନ୍ତ୍ରପାତି ଅଭାବରୁ ୨୦୧୭-୧୮ରୁ ବନ୍ଦ ରହିଛି ଆଖୁପେଡା । ବଡ଼ମ୍ବା ଓ ନୟାଗଡ଼ରେ ଥିବା କାରଖାନାକୁ 2ଟି ଘରୋଇ ସଂସ୍ଥାକୁ ଦେଇ ତ୍ୱରାନ୍ୱିତ କରିବାକୁ ୨୦୦୫ରୁ ଉଦ୍ୟମ ହୋଇଥିଲା। ହେଲେ ୨୦୧୩-୧୪ରୁ ଏଠାରେ ବି ଆଖୁପେଡ଼ା ବନ୍ଦ ରହିଛି । କେବଳ ଆସିକା ଓ ଢେଙ୍କାନାଳର ଶକ୍ତି ସୁଗାର ମିଲରେ ଉତ୍ପାଦନ ଚାଲିଛି।

ରାଜ୍ୟରେ ବାର୍ଷିକ ୨ଦଶମିକ ୧୧ ଲକ୍ଷ ମେଟ୍ରିକ ଟନ୍‌ ଚିନିର ଆବଶ୍ୟକତା ରହିଛି। ହେଲେ ଚାହିଦା ମେଣ୍ଟାଇବାକୁ ବାହାରୁ ଚିନି ଆମଦାନୀ ହେଉଛି। ଚିନିର ଉତ୍ପାଦନ ଦରଠୁ ବିକ୍ରି ଦର କମିଛି। ଫଳରେ ରାଜ୍ୟ ସରକାରଙ୍କୁ ବିଦେଶରୁ ଚିନି କିଣିବାକୁ ପଡୁଥିବା ସମବାୟ ମୃନ୍ତ୍ରୀ ଉତ୍ତର ରଖିଛନ୍ତି ।

Leave a Reply