ସୂର୍ଯ୍ୟ କହିଲେ ତାରାଙ୍କ ଆଚରଣ ଠିକ୍ ନୁହେଁ

ଭୁବନେଶ୍ୱର: ରାଜ୍ୟର ସମସ୍ୟା ଏବଂ ସମାଧାନର ସାଧନା ଗୃହ । ବ୍ୟବସ୍ଥାର ବିସ୍ଥାର ସେଉଠୁ ହିଁ ହୋଇଥାଏ  । ପ୍ରତିଟି ମୂହୂର୍ତ୍ତ ସେଠାରେ ମୂଲ୍ୟବାନ  । ସେଥିପାଇଁ ସେ  ବିଧାନସଭା  । ନିଜ ଅଞ୍ଚଳର ସମସ୍ୟା ସରକାରଙ୍କ ନିକଟରେ ଉପସ୍ଥାପନା କରିବା  । ଉନ୍ନତି ପାଇଁ ସରକାରଙ୍କ ସମ୍ମୁଖରେ ଦାବି କରିବା ଆଦି ଆଲୋଚନା କରିବା ଏବଂ ମଦ ମର୍ଯ୍ୟାଦାର ସହ ଏ ସମସ୍ତ ପ୍ରସଙ୍ଗକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ହେଉଛି ପ୍ରତିଟି ସଦସ୍ୟଙ୍କ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ  । କିନ୍ତୁ ଏହା ପରିବର୍ତ୍ତେ ବାଚସ୍ପତିଙ୍କ ଉପରକୁ ମାର୍ଶାଲ ଚେୟାର ଉଠାଇବା ଏବଂ ଇୟରଫୋନ୍ ଛଡାଇନେବା ଆଦି କାର୍ଯ୍ୟ ଅଶୋଭନୀୟ  ।

ବିଧାନସଭାରେ ଗ୍ରୀଷ୍ମକାଳୀନ ଅଧିବେସନ ଚାଲିଛି  । ଆଜି ଖଣି ପ୍ରସଙ୍ଗରେ ବିଧାନସଭାରେ କଂଗ୍ରେସ ସଦସ୍ୟଙ୍କ ହଟଗୋଳ କରିଥିଲେ  । ଏହି ସମୟରେ ଜୟପୁର ବିଧାୟକ ତଥା କଂଗ୍ରେସର ବରିଷ୍ଠ ସଦସ୍ୟ  ବାଚସ୍ପତିଙ୍କ ପୋଡିୟମ ଉପରକୁ ଚେୟାର ଉଠାଇଥିଲେ  । କେବଳ ଏତିକି ନୁହେଁ  ବିଧାୟକ ତାରା ପ୍ରସାଦ ବାହିନୀପତି
ମାର୍ଶାଲ ଚେୟାର ଓ ଇୟର ଫୋନ ଛଡାଇନେଇଥିଲେ  । ଯାହା ଗ୍ରହଣୀୟ ନୁହେଁ ବୋଲି କହିଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର  ।

ବାଚସ୍ପତି ବିବୃତ୍ତି ଦେଇ ପ୍ରକାଶ କରିଥିଲେ କି, ବରିଷ୍ଠ ବିଧାୟକଙ୍କ ଏଭଳି ଅଶୋଭନୀୟ ଆଚାରଣ ଆଦୌ ଠିକ୍ ନୁହେଁ  । ଜଣେ ସଭ୍ୟ ବିଧାନସଭାରେ ସଠିକ ଉପାୟରେ ନିଜର ପ୍ରଶ୍ନ ଉଠାଇପାରିବେ  । କିନ୍ତୁ ବିଧାନସଭାରେ ଏପରି ଆଚରଣ କରିବା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର  ।