ବାଲେଶ୍ଵରରୁ ପ୍ରସ୍ତୁତ କ୍ଷୁଦ୍ର ଚଳଚ୍ଚିତ୍ର ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲରେ ମନୋନୀତ, ନିର୍ଦ୍ଦେଶନା ଦେଇଛନ୍ତି ଶିଳ୍ପୀ କେଶୁ ଦାସ

ଭୁବନେଶ୍ୱର: ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲରେ ମନୋନୀତ ହେଲା ଓଡ଼ିଆ ସର୍ଟ ଫିଲ୍ମ । ବାଲେଶ୍ଵରର ଶିଳ୍ପୀ କେଶୁଦାସଙ୍କ ନିର୍ଦ୍ଦେଶିତ ଫିଲ୍ମ ଏ ଲିଟିଲ ପଟସେର୍ଡ ଆର୍ଟିଷ୍ଟ ଇନ୍ କୋଭିଡ ୧୯ ଫିଲ୍ମ ମନୋନୀତ ହୋଇଛି । ଜେବିଏସ୍ ଓ ଓରିଫାର୍ମିଙ୍ଗ ଭୁବନେଶ୍ୱର ଦ୍ବାରା ଆୟୋଜିତ ୨ୟ କୋଭିଡ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲରେ ଏହା ମନୋନୀତ ହେଇଛି । ଭାରତ ସହ ଅନ୍ୟାନ୍ୟ ଦେଶର ମୋଟ ୨୭୫ଟି ଫିଲ୍ମ ଆସିଥିବା ବେଳେ ଓଡ଼ିଶାର ୧୦ଟି କ୍ଷୁଦ୍ର ଚଳଚ୍ଚିତ୍ର ସ୍ଥାନିତ ହୋଇଛି ।

ବାଲେଶ୍ଵରରୁ ଏହା ଏକମାତ୍ର ଫିଲ୍ମ ମନୋନୀତ ହୋଇଛି । ଗାଁରେ ପଡିଥିବା ଭଙ୍ଗା ହାଣ୍ଡି ଖପରା କାତିକୁ ନେଇ ସୁନ୍ଦର ସୁନ୍ଦର ଚିତ୍ର ସବୁ କାନ୍ଥ ଆଙ୍କୁଥିବାର ଦୃଶ୍ୟକୁ ସୁନ୍ଦର ଭାବରେ ଏହି ଫିଲ୍ମରେ ପ୍ରଦର୍ଶିତ କରାଯାଇଛି । ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଳକର ବାବନ୍ଧ ଗାଁରେ ଆଦିବାସୀ ଝିଅକୁ ଏହି କ୍ଷୁଦ୍ର ଚଳଚିତ୍ରରେ ସ୍ଥାନ ଦିଆଯାଇଛି । ସପ୍ତମ ଶ୍ରେଣୀରେ ପଢ଼ୁଥିବା ଶିଲୀ ଜଣେ କୁନି ଖପରାଶିଳ୍ପୀ । କୋରନା ସମୟରେ ପାଠପଢ଼ା ସହ ବାପାମାଆଙ୍କୁ ଘର କାମରେ ସାହାଯ୍ୟ କରେ । ଏହା ସହ ଗାଁ ଲୋକମାନଙ୍କୁ କୋରନା ସଚେତନତା କରୁଥିବା ଏହି ଫିଲ୍ମରେ ଦେଖିବାକୁ ମିଳିଛି ।

Leave a Reply