ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବାକୁ ଯୋଜନା କରୁଛନ୍ତି ସୀମା ହାଇଦର, କହିଲେ..

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନରୁ ନେପାଳ ଦେଇ ଭାରତରେ ଆସି ରହିଥିବା ସୀମା ହାଇଦର ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥିଲେ । ତେବେ ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଯାହାକୁ ନେଇ ସାରା ଦେଶରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ତେବେ ଏହି ଅବସରରେ ଯୋଗଦେବାକୁ ଯୋଜନା କରୁଛନ୍ତି ସୀମା ହାଇଦର । ସଚିନ ଏବଂ ସୀମା ଏହି ଉତ୍ସବରେ ଯୋଗ ଦେବାକୁ ଚାହୁଁଥିବା ତାଙ୍କ ଓକିଲ ଏପି ସିଂହ ସୂଚନା ଦେଇଛନ୍ତି । ସେ କହିଛନ୍ତି ସୀମାଙ୍କ ଗ୍ରେଟର ନେଇଡ଼ା ସ୍ଥିତ ଘରେ ସୁନ୍ଦରାକାଣ୍ଡର ଆୟୋଜନ କରାଯାଇଛି । ତେବେ ୨୨ ଜାନୁଆରୀରେ ଚାଲି ଚାଲି ଅଯୋଧ୍ୟା ଯିବାକୁ ଯୋଜନା କରିଥିବା କହିଛନ୍ତି । ଏହାର ପରମିଶନ ପାଇଁ ଆମେ ଆବେଦନ ମଧ୍ୟ କରିଛୁ । ପ୍ରଥମେ ସଙ୍ଗମ ଏହାପରେ କାଶୀବିଶ୍ବନାଥ ଯିବୁ ଏବଂ ପରେ ଶ୍ରୀରାମଙ୍କ ଦର୍ଶନ କରିବୁ ବୋଲି କହିଛନ୍ତି ।

ସେପଟେ ସୀମା କହିଛନ୍ତି କି, ସନାତନ ଧର୍ମ ହେଉଛି ଶ୍ରେଷ୍ଠ ଧର୍ମ । ମୁଁ ଭଗବାନ କୃଷ୍ଣ ଏବଂ ରାମଙ୍କର ଜଣେ ବଡ଼ ଭକ୍ତ । ଏପରିକି ସେ ପିଆଜ ରସୁଣ ମଧ୍ୟ ଛାଡ଼ି ଦେଇଥିବା କହିଛନ୍ତି । ୟୁପି ଏଟିଏସ ପକ୍ଷରୁ ସୀମା ଏବଂ ସଚିନଙ୍କ ଯାଞ୍ଚ କରାଯାଇଛି । ଅନେକଥର ସେମାନଙ୍କୁ ନୋଟିସ ହୋଇଥିବାବେଳେ ଯାଞ୍ଚ ମଧ୍ୟ କରାଯାଇଛି । ମାତ୍ର କୌଣସି ସନ୍ଦିଗ୍ଧ ସାମଗ୍ରୀ କିମ୍ବା କୌଣସି ସନ୍ଦେହ ମଧ୍ୟ ହୋଇନାହିଁ । ଉଭୟ ସାଙ୍ଗ ହୋଇ ରହିଥିବାବେଳେ କେବଳ ୟୁଟ୍ୟୁବରୁ ରୋଜଗାର କରି ପରିବାର ଚଳାନ୍ତି । ସୀମାଙ୍କୁ ବିବାହ କରିବା ପରେ ସଚିନଙ୍କୁ କୌଣସି କାମ ମିଳୁନାହିଁ । ଏଣୁ କେବଳ ୟୁଟ୍ୟୁବରେ ଭିଡିଓ କରି ସେମାନେ ରୋଜଗାର କରି ପରିବାର ଚଳାଉଛନ୍ତି । ଏକ ମିଠା ଦୋକାନ କରିବାର ସ୍ବପ୍ନ ଅଛି ବୋଲି କହିଛନ୍ତି ସଚିନ ।