spot_img

Latest Posts

ଦିଲ୍ଲୀ ବିଧାନସଭାରୁ ଲାଲକିଲ୍ଲାକୁ ଥିଲା ଗୁପ୍ତ ସୁଡ଼ଙ୍ଗ, ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ନେବା ଆଣିବା ଲାଗି ବ୍ୟବହାର ହେଉଥିଲା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରୁ ଲାଲକିଲ୍ଲାକୁ ଥିଲା ଗୁପ୍ତ ସୁଡଙ୍ଗ। ଖୋଦ ରାଜଧାନୀ ଦିଲ୍ଲୀର ମଧ୍ୟଭାଗରେ ଏକ ପୁରାତନ ଦୀର୍ଘ ସୁଡଙ୍ଗର ଆବିଷ୍କାର ପରେ ଦିଲ୍ଲୀରେ ଚାଞ୍ଚଲ୍ୟ ଖେଳିଛି। ଦିଲ୍ଲୀ ବିଧାନସଭା ବାଚସ୍ପତି ରାମ ନିଓ୍ୱାସ ଗୋୟଲ କହିଛନ୍ତି ଅତୀତରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଏହି ସୁଡଙ୍ଗ ଦେଇ ଲାଲକିଲ୍ଲା ନିଆଯାଉଥିଲା। ଲୋକଙ୍କ ଭିତରେ ଯେପରି ଉତ୍ତେଜନା ପ୍ରକାଶ ପାଇବ ନାହିଁ ତାହାକୁ ନଜରରେ ରଖି ଏହି ପଦକ୍ଷେପ ନିଆଯାଉଥିଲା।

ସେ କହିଛନ୍ତି ୧୯୯୩ରେ ସେ ବିଧାୟକ ହୋଇଥିବାବେଳେ ଏହି ସୁଡଙ୍ଗ ସମ୍ପର୍କରେ ଜାଣିଥିଲେ। ବର୍ତ୍ତମାନ ଏହି ସୁଡଙ୍ଗର ମୁହଁ ଠାବ ହୋଇଛି। ମାତ୍ର ଏହାକୁ ଖୋଳିବା ସମ୍ଭବ ହେବନାହିଁ। କାରଣ ଏହି ସୁଡ଼ଙ୍ଗର ଅଧିକାଂଶ ସ୍ଥାନ ଧସିଗଲାଣି। ଗୋୟଲ ଆହୁରି କହିଛନ୍ତି- ୧୯୧୨ରେ ଭାରତର ରାଜଧାନୀ କୋଲକତାରୁ ଦିଲ୍ଲୀକୁ ସ୍ଥାନାନ୍ତର ହୋଇଥିଲା। ବର୍ତ୍ତମାନର ଦିଲ୍ଲୀ ବିଧାନସଭା ସେତେବେଳେ ସେଣ୍ଟ୍ରାଲ ଲେଜିସଲେଟିଭ ଆସେମ୍ବ୍ଲି ଭାବେ ଅବସ୍ଥାପିତ ହୋଇଥିଲା। ୧୯୨୬ରେ ଏହାକୁ ଏକ କୋର୍ଟରେ ପରିଣତ କରାଯାଇଥିଲା। ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ନେବା ଆଣିବା ଲାଗି ଏହି ଟନେଲ ଖୋଳାଯାଇଥିଲା।

Latest Posts

Don't Miss