ଆଜିଠୁ ପୁଣି ଖୋଲିବ ସ୍କୁଲ, ସକାଳ ୧୦ଟାରୁ ଅପରାହ୍ମ ୪ଟା ପର୍ଯ୍ୟନ୍ତ ଚାଲିବ କ୍ଲାସ୍

ଭୁବନେଶ୍ୱର: ଆଜିଠୁ ସ୍କୁଲରେ ପୁଣି ବାଜିବ ଘଣ୍ଟି । କୋଳାହଳରେ କମ୍ପିବ କ୍ୟାମ୍ପସ୍ । ଅଷ୍ଟମ ଶ୍ରେଣୀରୁ ଉର୍ଦ୍ଧ୍ବ ସମସ୍ତ ଶ୍ରେଣୀରେ ଆଜିଠୁ ଆରମ୍ଭ ହେବ ପାଠପଢା । ସେହିଭଳି ୧୪ ତାରିଖରୁ କେଜିରୁ ସପ୍ତମ ଯାଏ କ୍ଲାସ୍ ଖୋଲିବ । କୋଭିଡ କଟକଣା ଭିତରେ ଅଫଲାଇନରେ ଚାଲିବ କ୍ଲାସ୍ । ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ କ୍ଲାସ୍ ଚାଲିବ । ମଧ୍ୟାହ୍ନ ଭୋଜନରେ କେବଳ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ । ୧୪ ତାରିଖରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସକାଳ ୧୦ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ହେବ ପାଠପଢା । କ୍ଳାସରୁମ୍ ସାନିଟାଇଜ୍ ହେବା ସହ ଚେୟାର ଟେବୁଲ୍ ପ୍ରସ୍ତୁତ କରୁଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ସଂକ୍ରମଣ କମୁଥିବାରୁ ଅଫଲାଇନ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଦଶମ ଏବଂ କାଉନ୍ସିଲ ବୋର୍ଡକୁ ପ୍ରସ୍ତୁତ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସୁବିଧା ଦେଖି ପରୀକ୍ଷା ତାରିଖ ଘୋଷଣା କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ବୋର୍ଡ । ତେବେ ଦୀର୍ଘଦିନ ପରେ ସ୍କୁଲ ଖୋଲିବାକୁ ନେଇ ଛାତ୍ରଛାତ୍ରୀ ଉତ୍ସାହିତ ଅଛନ୍ତି ।

Leave a Reply