spot_img

Latest Posts

ଘର ଓ ବସ୍ତି ଉପରେ ବୁଲଡୋଜର ଆକ୍ସନ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ଯ ସରକାରଙ୍କ ଦ୍ବାରା ଘର ଓ ବସ୍ତି ଉପରେ ବୁଲଡୋଜର ଆକ୍ସନ ପ୍ରସଙ୍ଗ। ଆଜି କେତେକ ପିଟିସନର ଏକତ୍ର ଶୁଣାଣି କରିବେ ସୁପ୍ରିମକୋର୍ଟ। ଗତ ୩୦ ତାରିଖରେ ବରିଷ୍ଠ ଆଇନଜୀବୀ ସିୟୁ ସିଂ ଓ ଆଡଭୋକେଟ ଫୌଜିୟା ସକିଲ ଦର୍ଶାଇଥିଲେ ରାଜସ୍ଥାନ ଓ ମଧ୍ଯପ୍ରଦେଶରେ କେତେକ ଘର ଭଙ୍ଗାଯାଇଛି।

ମଧ୍ଯପ୍ରଦେଶରେ ଜଣେ ବ୍ଯକ୍ତିଙ୍କ ପୈତୃକ ଘରକୁ ଭାଙ୍ଗିଦିଆଯାଇଥିଲା। ରାଜସ୍ଥାନ ଉଦୟପୁର ମ୍ଯୁନିସପାଲ କର୍ପୋରେସନରେ ଜଙ୍ଗଲ ଜମି ଜବରଦଖଲ ଅଭିଯୋଗରେ ଭାଙ୍ଗିଦିଆଯାଇଥିଲା। ଏକ ଛୁରୀ ଭୁସିବା ଘଟଣାକୁ ନେଇ ଏହି ଆକ୍ସନ ନିଆଯାଇଥିଲା। କେବଳ ଏହି ୨ ରାଜ୍ଯ ନୁହେଁ, ଦିଲ୍ଲୀ, ଉତ୍ତରପ୍ରଦେଶରେ ବି ବୁଲଡୋଜର ଆକ୍ସନ ଚାଲିଥିବା ବିରୋଧରେ ପିଟିସନ ଦାୟର ହୋଇଥିଲା।

ଘର ଭଙ୍ଗା ଅଭିଯାନ ବିରୋଧରେ ଗତ ୨୦୨୨ ଏପ୍ରିଲ ୨୦ରେ ଏନେଇ ପ୍ରଥମ ଆବେଦନ ଦାଖଲ କରିଥିଲା ଜମାଏତ-ଇ-ଉଲାମା-ଇ- ହିନ୍ଦ। ଦିଲ୍ଲୀର ଜାହାଙ୍ଗିରପୁରୀରେ ଏପ୍ରିଲ ୧୭ରେ ହନୁମାନ ଜୟନ୍ତୀକୁ ନେଇ ସାମ୍ପ୍ରଦାୟିକ ହିଂସା ପରେ ଏପ୍ରିଲ ୨୦ରେ ଦିଲ୍ଲୀ ମହାନଗର ନିଗମ ପକ୍ଷରୁ ବ୍ଯାପକ ଘର ଭଙ୍ଗା ହୋଇଥିଲା। ମାତ୍ର ସେହିଦିନ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ସତ୍ତ୍ବେ ଏହି ଅଭିଯାନ ଜାରି ରହିଥିଲା। ପ୍ରତିବାଦରେ ଏପ୍ରିଲ ୨୪ରେ ପିଟିସନ ଦାୟର କରିଥିଲେ ସିପିଏମ ନେତ୍ରୀ ବ୍ରିନ୍ଦା କରାତ। ପରେ ମଧ୍ଯପ୍ରଦେଶର ଖାରଗୋନରେ ରାମନବମୀରେ ହିଂସାକୁ ନେଇ ହୋଇଥିବା ବୁଲଡୋଜର ଆକ୍ସନ ବିରୋଧରେ ଅନ୍ଯ ଏକ ମାମଲା ଦାୟର ହୋଇଥିଲା।

Latest Posts

Don't Miss