କଏଦୀ ମାନଙ୍କୁ ତୁରନ୍ତ ମୁକୁଳାଇବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

Schools Must Reduce Fees For Online Classes Supreme Court

ନୂଆଦିଲ୍ଲୀ: କୋଭିଡ୍‌ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ । କଏଦୀ ମାନଙ୍କୁ ତୁରନ୍ତ ମୁକୁଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ରାଜ୍ୟମାନଙ୍କ ଦ୍ବାରା ଗଠିତ ଉଚ୍ଚକ୍ଷମତା ସଂପନ୍ନ କମିଟିକୁ ସର୍ବୋଚ୍ଚ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି ।

୨୦୨୦ରେ ଯେଉଁ କଏଦୀ ମାନଙ୍କୁ କୋଭିଡ ସକାଶେ ମୁକ୍ତ କରାଯାଇଥିଲା ଓ ପରେ ଫେରିଥିଲେ, ସେମାନଙ୍କୁ ଏବେ ପୁଣି ଥରେ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହାସହ ଉପଯୁକ୍ତ ଗାଇଡଲାଇନ ଆଧାରରେ ନୂଆ କଏଦୀମାନଙ୍କୁ ମଧ୍ୟ ମୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜାତୀୟ ଆଇନ ସେବା ପ୍ରାଧିକରଣ ଗାଇଡଲାଇନ ଅନୁସାରେ ନୂଆ କଏଦୀମାନଙ୍କୁ ମୁକ୍ତ କରିବାକୁ କୁହାଯାଇଛି। ଯେଉଁ ରାଜ୍ୟଗୁଡିକ ଉଚ୍ଚକ୍ଷମତା ସଂପନ୍ନ କମିଟି ଗଠନ କରିନାହାନ୍ତି, ସେମାନେ ତୁରନ୍ତ କମିଟି ଗଠନ କରି ପଦକ୍ଷେପ ନେବାକୁ କୁହାଯାଇଛି ।

ସେହିଭଳି ଯେଉଁମାନେ ପାରୋଲରେ ଯାଇଥିଲେ ସେମାନଙ୍କୁ ପୁଣି ୯୦ ଦିନିଆ ପାରୋଲ ଦେବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କରୋନା ସ୍ଥିତିରେ ଜେଲରେ ବଢୁଥିବା କଏଦୀ ସଂଖ୍ୟାକୁ ଦୃଷ୍ଟିରେ ରଖି କୋର୍ଟ ଆଉ ଏକ ପରାମର୍ଶ ଦେଇଛନ୍ତି ।

Leave a Reply